Kites With Chinese Manja Banned In Cuttack

ମାଞ୍ଜା ସୂତା ଲାଗି ଜଣେ ଆହତ, ବ୍ୟବହାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ : କମିଶନରେଟ ପୋଲିସ

Spread the love

କଟକ : ମାଞ୍ଜା ସୂତା ଲାଗି ଜଣେ ଆହତ।  କଟକ ରାଜେନ୍ଦ୍ରନଗର ଅଞ୍ଚଳରେ ଜଣେ ଆହତ ହୋଇଛନ୍ତି । ତାଙ୍କ ବେକ ଓ ହାତରେ ଗୁଡି ସୂତା ଲାଗିଛି। ଗତ ୯ ତାରିଖରୁ ଆଜି ପର୍ଯ୍ୟନ୍ତ ଗୁଡି ସୂତା ଲାଗି ୫ଜଣ ଆହତ ହୋଇଛନ୍ତି ।

ସେପଟେ ଚାଇନିଜ ପ୍ଲାଷ୍ଟିକ ସୂତା ଏବଂ ମାଞ୍ଜା ସୂତା ବ୍ୟବହାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି କମିଶନରେଟ ପୋଲିସ। ବିପୁଳ ପରିମାଣରେ ବେଆଇନ ସୂତା ଜବତ୍ କରାଯାଇଛି। କିଛି ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଛି। ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା।

୨୦୧୬ ମସିହାରୁ ହାଇକୋର୍ଟ ବ୍ୟାନ୍‌ ଲଗାଇ ସାରିଛନ୍ତି ।  ଏହାପରେ  ଗୁଡ଼ି ବିକ୍ରି ଦୋକାନରେ ପୋଲିସ ଯାଞ୍ଚକୁ ଜୋରଦାର କରାଯାଉଛି।  ମାତ୍ର ଚଳିତ ବର୍ଷ ଖୁଲମଖୁଲା କଟକ ଆକାଶରେ ଉଡ଼ୁଛି ଚାଇନିଜ ମାଞ୍ଜା ସୁତା ବନ୍ଧା ଗୁଡ଼ି।  ପୁଲିସ ସବୁ ଦେଖି କେବଳ ନିରବଦ୍ରଷ୍ଟା ସାଜିଛି।

Leave a Reply

Your email address will not be published. Required fields are marked *