Gun 1736428695

ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ CISF ଯବାନ

Spread the love

ରାଉରକେଲା: ଆଜି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP)ରେ ଜଣେ CISF କନଷ୍ଟେବଳ ନିଜ ସର୍ଭିସ୍ ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି କେରଳର ଅଭିନନ୍ଦନ ପିକେ ବୋଲି ଚିହ୍ନଟ କରାଯାଇଛି। ସେ CISF ରେ ଜଣେ କନଷ୍ଟେବଳ ଭାବରେ ସୁନ୍ଦରଗଡ଼ ଜିଲ୍ଲାର ଷ୍ଟିଲ୍ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱରେ କାର୍ଯ୍ୟରତ ଥିଲେ। ତେବେ ଅଭିନନ୍ଦନ ଇସ୍ପାତ କାରଖାନା ପରିସରରେ ନିଜ ସର୍ଭିସ୍ ରିଭରବଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଯବାନଙ୍କୁ IGH ମେଡ଼ିକାଲ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଟାଙ୍ଗରାପାଲି ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିଥିଲେ।

ପୋଲିସ ପକ୍ଷରୁ ଅଭିନନ୍ଦନଙ୍କ ପରିବାରକୁ ସୂଚନା ଦିଆଯିବ ସହିତ ମୃତଦେହକୁ ସହରର ଇସ୍ପାତ  ହସ୍ପିଟାଲରରେ ରଖିଛନ୍ତି। ଅଭିନନ୍ଦନଙ୍କ ପରିବାର ମୃତଦେହ ଚିହ୍ନଟ କରିବା ପରେ ସେମାନେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜାଣିବାକୁ ମିଳିଛି। ତେବେ କେଉଁ କାରଣରୁ ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *