ଚିନ୍ମୟ ଦାସଙ୍କୁ ଝଟ୍‌କା: ପୁଣି ଜାମିନ ଆବେଦନ ଖାରଜ କଲେ ବାଂଲାଦେଶ ଅଦାଲତ

Spread the love

ଢାକା: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଦେଶଦ୍ରୋହ ଅଭିଯୋଗରେ ଢାକା ପୁଲିସ ଦ୍ଵାରା ଗିରଫ ହୋଇ ଜେଲରେ ଥିବା ଚିନ୍ମୟକୃଷ୍ଣ ଦାସଙ୍କ ଜାମିନ ଆବେଦନ ଖାରଜ ହୋଇଛି। ବାଂଲାଦେଶର ଚଟ୍ଟୋଗ୍ରାମର ଏକ ଅଦାଲତ ଗୁରୁବାର ତାଙ୍କ ଜାମିନ ଖାରଜ କରିଦେଇଛନ୍ତି। ଢାକାରୁ ଚଟ୍ଟୋଗ୍ରାମ ଯାଇଥିବା ସୁପ୍ରିମ୍‌କୋର୍ଟର ୧୧ ଜଣିଆ ଓକିଲ ଦଳ ଜାମିନ ଆବେଦନକୁ ନେଇ ପ୍ରାୟ ୩୦ ମିନିଟ୍‌ ଧରି ଯୁକ୍ତି ବାଢ଼ିଥିଲେ। ୩୦ ମିନିଟ୍‌ର ଯୁକ୍ତି ପରେ ମେଟ୍ରୋପଲିଟାନ୍ ସେସନ୍ସ ଜଜ୍ ଚିନ୍ମୟ ଦାସଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଛନ୍ତି। ଦ୍ଵିତୀୟ ଥର ପାଇଁ ଚିନ୍ମୟ ଦାସଙ୍କ ଜାମିନ ଆବେଦନ ଖାରଜ ହୋଇଛି।

ସୂଚନାଯୋଗ୍ୟ, ଦେଶଦ୍ରୋହ ଅଭିଯୋଗରେ ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ନଭେମ୍ବର ୨୫ ତାରିଖରେ ଗିରଫ କରାଯାଇଥିଲା। ଏହାକୁ ନେଇ ଭାରତ ସମେତ ସାରା ବିଶ୍ବର ହିନ୍ଦୁମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 

Leave a Reply

Your email address will not be published. Required fields are marked *