Cyber Crime

୨୦୨୪ରେ ରାଜଧାନୀରେ ବଢିଛି ସାଇବର ଅପରାଧ, ଗୋଟିଏ ବର୍ଷରେ ୮୨ କୋଟି ଠକେଇ

Spread the love

ଭୁବନେଶ୍ୱର: ସାମ୍ନାକୁ ଆସିଲା କମିଶନରେଟ ପୋଲିସର ବାର୍ଷିକ ରିପୋର୍ଟ। କମ୍ୟୁନିଟି ପଲିସିକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ। ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ। ନୂଆବର୍ଷରେ ନୂଆ ସଂକଳ୍ପ ନେବା ସହ ଅପରାଧ ତାଲିକା ପ୍ରକାଶ କରିଛି।

ଭୁବନେଶ୍ୱର ୟୁପିଡ଼ିରେ ୨୦୨୩ ମସିହାରେ ୧୧ ହଜାର ୯୭୫ ଟି କେସ ରୁଜୁ ହୋଇଥିବା ବେଳେ ୨୦୨୪ ରେ ୧୪ ହଜାର ୪୧୬ ଟି କେସ ରୁଜୁ ହୋଇଛି। ୨୦୨୩ ରେ ୫୨ ଟି ମର୍ଡର କେସ ହୋଇଥିବା ବେଳେ ୨୦୨୪ ରେ ଏହା ବଢି ୬୬ ରେ ପହଞ୍ଚିଛି। ଡକାୟତି, ଲୁଟ, ଚୋରି ଭୁବନେଶ୍ୱର ରେ ଏବର୍ଷ କମିଛି। ସେହିପରି କଟକ ୟୁପିଡ଼ିରେ ୨୦୨୩ ରେ ୭୮ ଟି ମର୍ଡର କେସ ସାମ୍ନାକୁ ଆସିଥିବା ବେଳେ ୨୦୨୪ ରେ ୮୯ ଟି କେସ ରୁଜୁ ହୋଇଛି। ଡକାୟତି , ଲୂଟ, ଚୋରି କଟକରେ ଗତବର୍ଷ କମିଛି। ଦଙ୍ଗା ଓ ଟ୍ରାଫିକ କେସରେ ସାମାନ୍ୟ ହ୍ରାସ ହୋଇଛି।

ସେହିପରି କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟଲେଞ୍ଜ ପାଲଟିଥିବା ସାଇବର କ୍ରାଇମ କ୍ଷେତ୍ରରେ ୨୦୨୪ ମସିହାରେ ୭ ହଜାର ୨୬୩ ମାମଲା ରୁଜୁ କରାଯାଇଛି। ୮୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ୨୩ କୋଟି ୬୦ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି। ୨ କୋଟି ୫୦ ଲକ୍ଷ ଟଙ୍କା ଠକେଇର ଶିକାର ଲୋକଙ୍କୁ ଫେରସ୍ତ ହୋଇଛି। ସାଇବର ଅପରାଧ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ଟୋଲ ଫ୍ରି ନମ୍ବର ୧୯୩୦ ଜାରି ହୋଇଛି । ଅନ୍ୟପଟେ ଟୁଇନ ସିଟିରେ ବଢୁଥିବା ଟ୍ରାଫିକ ସମସ୍ୟା କୁ ରୋକିବା ସହ ଦୁର୍ଘଟଣା ହାର କମାଇବା ୨୦୨୫ ମସିହାରେ କମିଶନରେଟ ପୋଲିସର ମୁଖ୍ୟ ପ୍ରୟାସ ରହିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *