Raikia 696x303 1 e1793374292266 300x122

ଭୂସ୍ଖଳନ ପରେ ନିଖୋଜ ୩ ଜଣଙ୍କ ମୁତଦେହ ଉଦ୍ଧାର: ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା

Spread the love

ରାଇକିଆ: କନ୍ଧମାଳ ଜିଲା  ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଘଟିଥିବା ଭୂସ୍ଖଳନରେ ନିଖୋଜ ଥିବା ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅଚ୍ୟୁତ ପ୍ରଧାନ, ତାଙ୍କ ସ୍ତ୍ରୀ ମାନସୀ ପ୍ରଧାନ ଏବଂ ସେମାନଙ୍କ ୭ ମାସର ଶିଶୁ। ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ମାଟି ଅତଡ଼ା ଓ ପଙ୍କ ମଧ୍ୟରେ ସେମାନଙ୍କ ମୃତଦେହ ରହିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି।ଗୁରୁବାର ସକାଳେ ଗ୍ରାମବାସୀ ଅଚ୍ୟୁତଙ୍କ ଘର ସମ୍ପୂର୍ଣ୍ଣ ଭାସିଯାଇଥିବା ଦେଖିବାକୁ ପାଇଥିଲେ।

ଏହାପରେ ସେମାନେ ଖୋଜାଖୋଜି କରିଥିଲେ। ତେବେ ପ୍ରବଳ ଜଳସ୍ରୋତ ଓ ମାଟି ଅତଡ଼ା ଖସି ପଙ୍କ ଭରି ରହିଥିବାରୁ ନିଖୋଜ ପରିବାରର ସନ୍ଧାନ ପାଇବା ସମ୍ଭବ ହୋଇ ନ ଥିଲା। ବହୁ କଷ୍ଟରେ ଗ୍ରାମବାସୀ ଗୁରୁବାର ସନ୍ଧ୍ୟାରେ ପାହାଡ଼ ଚଢ଼ି ସିକବାଡ଼ି ଆଶ୍ରୟସ୍ଥଳୀରେ ପହଞ୍ଚିଥିଲେ। ସେଠାରୁ ପ୍ରଶାସନକୁ ଖବର ଦିଆଯିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଘଟଣା ପରେ ଶୁକ୍ରବାର ପଞ୍ଚାୟତି ରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମାଣିକେଶ୍ୱର ପଞ୍ଚାୟତର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଅବସରରେ ମୃତକଙ୍କ ପରିବାରକୁ ଜଣକପିଛା ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମନ୍ତ୍ରୀ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *