Accident 4

୧୦୦ ଫୁଟ ତଳକୁ ଖସିଲା କାର, ୫ ମୃତ

Spread the love

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଭୟାବହ ସଡ଼କ ଦୁର୍ଘଟଣା । ୧୦୦ ଫୁଟ ତଳକୁ ଖସିଲା କାର। ୫ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ମୃତକଙ୍କ ମଧ୍ୟରୁ ୪ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟଜଣକ କାର୍ ଚାଳକ ବୋଲି ଜଣାପଡ଼ିଛି। ଅପରାହ୍ଣ ପ୍ରାୟ ୨ଟା ବେଳେ ଦୁର୍ଘଟଣା ଘଟିଛି। ମୃତାହତମାନେ ନୈନିତାଲ ଜିଲ୍ଲାର ହୋଇଥିବା ବେଳେ ଗୁରୁତର ବ୍ୟକ୍ତି ଜଣକ ଉତ୍ତରପ୍ରଦେଶ ଲକ୍ଷ୍ନୌ ଅଞ୍ଚଳର ବୋଲି ସୂଚନା ମିଳିଛି।

ମୃତାହତମାନେ ହେଲେ ଭୁପେନ୍ଦ୍ର ସିଂ ଚୁଫାଲ, ତାଙ୍କ ପତ୍ନୀ କାଇଡ଼ା ଚୁଫାଲ, ତାଙ୍କର ୧୯ ବର୍ଷୀୟ ପୁଅ ବାସୁ ଚୁଫାଲ ଓ ୧୨ ବର୍ଷର ଝିଅ, ଅନ୍ୟ ମୃତବ୍ୟକ୍ତି ଜଣକ କାର୍ ଚାଳକ ବୋଲି ଜଣାପଡ଼ିଛି। ସେହିପରି ଆହତ ବ୍ୟକ୍ତି ଜଣକ ଲକ୍ଷ୍ନୌର ଅନୁଜ କୁମାର ମିଶ୍ର। ସମସ୍ତେ ଏକ କାର୍ ଯୋଗେ ସ୍ଥାନୀୟ ଅଞ୍ଚଳର ତୀର୍ଥସ୍ଥାନକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ତେବେ କାରଟି ଅତ୍ୟଧିକ ଦ୍ରୁତ ବେଗରେ ଆସୁଥିବା ବେଳେ କାର୍ ଉପରେ ନିୟନ୍ତ୍ରଣ ହରାଇଥିଲେ ଚାଳକ। ଫଳରେ କାର୍ ଟି ମୁଖ୍ୟ ରାସ୍ତାରୁ ପ୍ରାୟ ୧୦୦ ଫୁଟ ତଳକୁ ଖସି ଯାଇଥିଲା। ସ୍ଥାନୀୟ ପୋଲିସ ପ୍ରଶାସନ ସମେତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତହାତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି।

Leave a Reply

Your email address will not be published. Required fields are marked *