Modi 2

କଂଗ୍ରେସ ସୁବିଧାବାଦୀ, କେବଳ ବିଶ୍ୱାସଘାତକତା କରିବା ଜାଣିଛି: ପ୍ରଧାନମନ୍ତ୍ରୀ ମୋଦୀ

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଙ୍ଗାଲୁରୁରେ ଦି ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଇ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସୁବିଧାବାଦୀ। କେବଳ ବିଶ୍ୱାସଘାତକତା କରିବା ଜାଣିଛି। ତାମିଲନାଡୁର ବର୍ତ୍ତମାନର ପରିସ୍ଥିତି ଦେଖନ୍ତୁ। ୨୫ ରୁ ୩୦ ବର୍ଷ ଧରି କଂଗ୍ରେସ ଦଳ ଏବଂ ଡିଏମ୍‌କେ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା। ଡିଏମ୍‌କେ ସହିତ ମେଣ୍ଟ ବାରମ୍ବାର କଂଗ୍ରେସ ଦଳକୁ ସଙ୍କଟରୁ ରକ୍ଷା କରିଥିଲା। ୨୦୧୪ପୂର୍ବରୁ ଦଶ ବର୍ଷ ଧରି, ଡିଏମ୍‌କେର ସମର୍ଥନ ଯୋଗୁଁ କଂଗ୍ରେସ ନେତୃତ୍ୱାଧୀନ ସରକାର ମୁଖ୍ୟତଃ ବଞ୍ଚି ରହିଥିଲା। କଂଗ୍ରେସ ଦଳର ଉତ୍ଥାନ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଡିଏମ୍‌କେ ପ୍ରତି ରାଜନୈତିକ ସ୍ଥିତି ପରିବର୍ତ୍ତନ ହେବା ମାତ୍ରେ କଂଗ୍ରେସ ବିଶ୍ୱାସଘାତକତା କରିଛି। କଂଗ୍ରେସ ଏକ ପରଜୀବୀ ଦଳ ଭାବରେ ପରିଚିତ ହୋଇଛି । କଂଗ୍ରେସ କ୍ଷମତା ଭୋକିଲା ପାଲଟିଛି।

କର୍ଣ୍ଣାଟକରେ ମଧ୍ୟ ସମାନ ଖେଳ ଚାଲିଛି। ଏବେ କେରଳର ପାଳି। କଂଗ୍ରେସ ଦେଶର ସବୁଠାରୁ ମହିଳା ବିରୋଧୀ ଦଳ। ସେଥିପାଇଁ କଂଗ୍ରେସ ସଂସଦରେ ନାରୀ ଶକ୍ତି ବନ୍ଦନ ସଂଶୋଧନକୁ ବିଫଳ କରିଥିଲା। ଯଦି ଏହି ସଂଶୋଧନ ଗୃହୀତ ହୋଇଥାନ୍ତା, ତେବେ କର୍ଣ୍ଣାଟକର ଲୋକସଭା ଆସନ ଯଥେଷ୍ଟ ବୃଦ୍ଧି ପାଇଥାନ୍ତା। କର୍ଣ୍ଣାଟକର ବହୁ ସଂଖ୍ୟକ ଭଉଣୀ ଏବଂ ଝିଅ ବିଧାୟକ ଏବଂ ସାଂସଦ ହୋଇଥାନ୍ତେ ତଥା ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବାରେ ଅଂଶୀଦାର ହୋଇଥାନ୍ତେ। କିନ୍ତୁ କଂଗ୍ରେସ ଏହାକୁ ଘଟିବାରୁ ବାଧା ଦେଇଥିଲା। ଦେଶର ମହିଳା ଏବଂ କର୍ଣ୍ଣାଟକର ମହିଳାମାନେ ଏହି ପାପ ପାଇଁ କଂଗ୍ରେସକୁ କେବେ କ୍ଷମା କରିବେ ନାହିଁ।
ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ବେଙ୍ଗାଲୁରୁର ମାଟିରୁ ଏକ ଗେରୁଆ ସୂର୍ଯ୍ୟ ଉଦିତ ହୋଇଛି।
ଜଣେ ବିଜେପି କର୍ମୀ ଭାବରେ, ମୁଁ ବୁଝିପାରୁଛି, ହଜାର ହଜାର ବିଜେପି କର୍ମୀ ଏତେ ସକାଳୁ ଏକାଠି ହୋଇପାରନ୍ତି, ଏହାର ଅର୍ଥ କ’ଣ। ମୁଁ ଆପଣମାନଙ୍କ ସମସ୍ତଙ୍କ ପ୍ରତି କୃତଜ୍ଞ। ପଶ୍ଚିମବଙ୍ଗର ବିଜୟ ମଧ୍ୟ ଆପଣଙ୍କର ବିଜୟ।

Leave a Reply

Your email address will not be published. Required fields are marked *