Rajnagar 2025 11 15 18 54 32

ଗହୀରମଥାରୁ ୨ଟି ଟ୍ରଲର ଜବତ, ୧୯ ମସ୍ୟଜୀବୀ ଗିରଫ

Spread the love

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ନିଷିଦ୍ଧ ଅଂଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ୨ଟି ଟ୍ରଲର ଜବତ କରିବା ସହ ଏଥିରେ ଥିବା ୧୯ ଜଣ ମସ୍ୟଜୀବୀକୁ ଗିରଫ କରିଛି। ଏସିଏଫ ମାନସ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି ରେଞ୍ଜର କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟର ମହନ୍ତ କୁମାର ମଲ୍ଲିକ, ସଂଜୀବ କୁମାର ଦାଶଙ୍କ ନେତୃତ୍ୱରେ ବନ ବିଭାଗର ପାଟ୍ରୋଲିଂ ଟିମ ଗହୀରମଥାର ବରୁଣେଇ ଓ ଏକକୁଳା ନିକଟରେ ଏଫବି ଦେବୀ ଚାମୁଣ୍ଡା ଓ ମାସୂଦ-୧ ନାମକ ୨ଟି ଟ୍ରଲରକୁ ଜବତ କରିଥିଲେ।
ଜବତ ୨ଟି ଟ୍ରଲରରୁ ୬ କୁଇଣ୍ଟାଲ ୫ କେଜି ମାଛ, ୨ଟି ଜିପିଏସ, ୩ଟି ଭିଏଚ୍‌ଏଫ, ୨ଟି ଫିସଫାଇଣ୍ଡର, ଟ୍ରଲିଙ୍ଗ ନେଟ୍‌ ୧୮ଟି ଜବତ କରାଯାଇଛି। ଟ୍ରଲରରେ ଥିବା ମସ୍ୟଜୀବୀମାନେ ହେଲେ ଭରତ ସିଂ, ପୂର୍ଣ ଚନ୍ଦ୍ର ସିଂ, ସଜାବତ ଅଲ୍ଲୀ ସାହା, ଶେଖ ଲାଲୁ, ଶେଖ ସଲମାନ, ବିଶ୍ୱଜିତ ମାଇତି, ବାବି ସିଂ, ଚନ୍ଦନ ସିଂ, ସଂଜୀବ ପାଲ, ବିଶ୍ଵନାଥ ଦାସ, ସୁବ୍ରତ ବାର, ଖୋକନ ବାର, ଚନ୍ଦନ ପାଣିଗ୍ରାହୀ ପ୍ରମୁଖ ୧୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇ ବନ୍ୟ ପ୍ରାଣୀ ଆଇନ୍‌ ୧୯୭୨ରେ ମୋକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ମସ୍ୟଜୀବୀମାନେ ପୂର୍ବ ମେଦିନାପୁର ଓ ବାଲେଶ୍ବର ଜିଲ୍ଲାର ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *