Fsfhhfhhf 2025 11 05 09 47 37

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ, ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Spread the love

ନୂଆଦିଲ୍ଲୀ: ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ମୋଟ୍‌ ୧୨୧ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ୧୩୧୪ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ଉଭୟ ଏନ୍‌ଡିଏ ଏବଂ ମହାମେଣ୍ଟର ତାରକା ପ୍ରଚାରକମାନେ ଭୋଟରମାନଙ୍କୁ  ନିଜ ସପକ୍ଷକୁ ଆଣିବାପାଇଁ ଦମ୍‌ ଲଗାଇ ଦେଇଛନ୍ତି। ଶାସକ ଏନ୍‌ଡିଏ ମେଣ୍ଟ‌ରେ ବିଜେପି, ଜେଡିୟୁ, ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି), ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ହାମ୍‌) ଏବଂ ଆଲ୍‌ଏଲ୍‌ଏମ୍‌(ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା) ଥିବ‌ାବେଳେ ବିରୋଧୀ ମହାମେଣ୍ଟରେ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି), ବିକାଶଶୀଳ ଇନ୍‌ସାନ ପାର୍ଟି (ଭିଆଇପି) ବାମ ଦଳ ସିପିଆଇ, ସିପିଆଇ-ଏମ୍‌ଏଲ ଏବଂ ସିପିଆଇ(ଏମ୍‌) ଅଛି। ପ୍ରଥମ ପର୍ଯ୍ୟାୟରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ, ୨ ଜଣ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ରାଟ ଚୌଧାରୀ ଏବଂ ବିଜୟ ସିହ୍ନା, ମନ୍ତ୍ରୀ ନୀତିନ ରବିନ ଏବଂ ମଙ୍ଗଳ ପାଣ୍ଡେ, ବିଜେପିର ମୈଥିଳୀ ଠାକୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ କୃପାଳ ଯାଦବଙ୍କ ସମେତ ଅନେକ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଜେଡିୟୁ ପାଇଁ ଏକ ଏସିଡ ଟେଷ୍ଟ୍‌ ଭଳି ହେବ। କାରଣ ଦଳ ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ୫୭ଟି ଆସନରେ ନିର୍ବାଚନ ଲଢ଼ୁଛି। ଏହି ୫୭ଟି ଆସନରୁ ୨୩ ଆସ‌ନରେ ଜେଡିୟୁ ୨୦୨୦ରେ ଜିତିଥିଲା।

Leave a Reply

Your email address will not be published. Required fields are marked *