Seikh hasina

ଶେଖ ହସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କଲେ ସରକାରୀ ଓକିଲ

Spread the love

ବାଂଲାଦେଶ: ବାଂଲାଦେଶର ବିତାଡିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି ବାଂଲାଦେଶର ଆନ୍ତର୍ଜାତିକ କ୍ରାଇମ ଟ୍ରାଇବୁନାଲର ମୁଖ୍ୟ ଓକିଲ ମହମ୍ମଦ ତାଜୁଲା ଇସଲାମ। ମହମ୍ମଦ କହିଛନ୍ତି ୨୦୨୪ରେ ଦେଶରେ ହୋଇଥିବା ବିକ୍ଷୋଭ ଓ ଆନ୍ଦୋଳନର ମୁଖ୍ୟ ସୂତ୍ରଧର ହେଉଛନ୍ତି ହସିନା। ହସିନାଙ୍କ ଯୋଗୁଁ ୧୪୦୦ ନିରୀହ ଲୋକ ପ୍ରାଣ ହରାଇଥିଲେ। ତେଣୁ ତାଙ୍କୁ ୧୪୦୦ ଥର ଫାଶୀ ଦିଆଯିବା ଦରକାର। ହସିନାଙ୍କ ଶାସନକୁ ବିରୋଧ କରି ଦେଶରେ ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନକୁ ଦମନ କରିବା ଲାଗି ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୪୦୦ ଲୋକ ପ୍ରାଣ ହରାଇଥିଲେ। ବାଂଲାଦେଶରେ ଗତବର୍ଷ ହୋଇଥିବା ବିକ୍ଷୋଭ ହିଂସାକୁ ନେଇ ହସିନାଙ୍କ ବିରୋଧରେ ୭୮ଟି ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *