Deepavali

ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ଛୁଟି

Spread the love

ଭୁବନେଶ୍ବର: ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ପାଇଁ ଛୁଟି। ଅର୍ଥାତ୍ ୨୦୨୫ ଅକ୍ଟୋବର ୨୦ ଓ ୨୧ ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଦୀପାବଳି ଛୁଟି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର ହୋଇଥିବା ସତ୍ତ୍ବେ ଏହି ଦିନ ଛୁଟି ହେବ ନାହିଁ।

 ଦୀପାବଳି ନେଇ ଚଳିତ ଥର ଦ୍ବନ୍ଦ୍ବ ଉପୁଜି ଥିଲା। କିଛି ଲୋକ ଆସନ୍ତା ୨୦ ତାରିଖରେ ଦୀପାବଳି ପାଳନ ପାଇଁ ଚିନ୍ତା କରୁଛନ୍ତି। ଆଉ କିଛି ଅକ୍ଟୋବର ୨୧ରେ ଦୀପାବଳି ହେବ ବୋଲି କହୁଛନ୍ତି। ୨୦ ତାରିଖ ଦିନ ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି। ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ହୋଇଥିଲା।

ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରଙ୍କ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କୁ ଭେଟି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫%ରୁ ୫୮%କୁ ବୃଦ୍ଧି ପାଇଲା।

ଏହା ୨୦୨୫ ଜୁଲାଇ ପହିଲାରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ। ସେହିପରି ପେନ୍‌ସନ୍‌ଭୋଗୀଙ୍କ ଟି.ଆଇ.ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍‌ସନ୍‌ରେ ଏହି ବର୍ଦ୍ଧିତ ଟିଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢ଼େ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବେ।

Leave a Reply

Your email address will not be published. Required fields are marked *