Violence 1068x601

ନମାଜ ପାଠ ପରେ ବରେଲୀରେ ହିଂସା, ଲାଠିମାଡ଼ କଲା ପୁଲିସ

Spread the love

ଉତ୍ତରପ୍ରଦେଶର ବରେଲିରେ ଶୁକ୍ରବାର ନମାଜ ପାଠ ପରେ ହିଂସା ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ମୁସଲମାନମାନେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ ଉପରକୁ ପଥର ମାଡ଼ କରିବାରୁ ପୁଲିସ ପକ୍ଷରୁ ଲାଠିମାଡ଼ କରାଯାଇଛି। ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ‘ଆଇ ଲଭ ମହମ୍ମଦ’ ପୋଷ୍ଟରକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ, ଗାଡ଼ି ମୋଟରରେ ଏହି ପୋଷ୍ଟର ମରାଯିବା ପରେ ମୁସଲମାନଙ୍କର ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିଛି। ପୋଷ୍ଟର ଚିରି ଏଠି ସେଠି ତଳେ ପଡ଼ିବ ଏବଂ ଲୋକେ ତାହା ଉପରେ ଚାଲିବେ। ଯାହାଫଳରେ ମହମ୍ମଦଙ୍କ ପ୍ରତି ଏହା ଅପମାନ ହେବ ବୋଲି ଦର୍ଶାଇ ଆଲା ହଜରତ ଦରଘା ଏବଂ ଆଇଏମସି ମୁଖ୍ୟ ମୌଲାନା ତକୀର ରାଜା ଖାନଙ୍କ ଘର ବାହାରେ ବହୁ ସଂଖ୍ୟ ଆନ୍ଦୋଳନକାରୀ ଏକାଠି ହୋଇଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ଗୁରୁବାରଠାରୁ ମୌଲାନା ତକୀର ରାଜା ଏହି ବିକ୍ଷୋଭ ପ୍ରଦର୍ଶନ ପାଇଁ ଡାକରା ଦେଇଥିଲେ। ତେଣୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଫ୍ଲାଗମାର୍ଚ୍ଚ କରିଥିଲା। ହେଲେ ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଯାହା ଫଳରେ ପୁଲିସ ସେମାନଙ୍କ ଉପରେ ଲାଠି ମାଡ଼ କରିଥିଲା। ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିଲା। ତେବେ ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ଶନ୍ତିପୂର୍ଣ୍ଣ ରହିଥିବା ପୁଲିସ ଆଇଜି ଅଜୟ ସାହାଣୀ କହିଛନ୍ତି।

Leave a Reply

Your email address will not be published. Required fields are marked *