Images

 ଅନିଲ ଅମ୍ବାନୀଙ୍କ ବିରୋଧରେ ନୂଆ ଅର୍ଥ ହେରଫେର୍‌ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Spread the love

ମୁମ୍ବଇ: ଅନିଲ ଅମ୍ବାନୀଙ୍କ ସମସ୍ୟା ଥମିବାର ନାଁ ଧରୁନି। ପୂର୍ବରୁ ସିବିଆଇ ତାଙ୍କ ୟସ୍ ବ୍ୟାଙ୍କ ମାମଲାକୁ ବନ୍ଦ କରିବା ପାଇଁ ଆବେଦନକୁ ପ୍ରତ୍ୟାଖାନ କରିଥିଲା। ଆଉ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀ ଏବଂ ଆରକମ୍ ବିରୋଧରେ ନୂଆ ଅର୍ଥ ହେରଫେର୍‌ ମାମଲା ରୁଜୁ କରିଛି । ଅଗଷ୍ଟ ମାସରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନିଲ ଅମ୍ବାନୀଙ୍କ କମ୍ପାନୀ ବିରୋଧରେ ୨୯୨୯ କୋଟି ଟଙ୍କାର ଠକେଇ କରିଥିବା ନେଇ ଅଭିଯୋଗ କରିଥିଲା । ଏହା ପରେ ସିବିଆଇ ଟିମ୍ ଅନିଲ ଅମ୍ବାନୀଙ୍କ ଘରେ ଚଢ଼ଉ ମଧ୍ୟ କରିଥିଲା। ତେବେ ୧୦ ବର୍ଷ ପୁରୁଣା ଏକ ମାମଲାରେ ଏହି ଖୋଳତାଡ଼ ହୋଇଛି ବୋଲି ଅନିଲ ଅମ୍ବାନୀଙ୍କ ତରଫରୁ କୁହାଯାଇଥିଲା। ପୂର୍ବରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଦେବାଳିଆ ହୋଇସାରିଥିବା ରିଲାଏନ୍ସ କମ୍ୟୁନିକେସନ ଓ କମ୍ପାନୀର ପୂର୍ବତନ ଡାଇରେକ୍ଟର ଅନିଲ ଅମ୍ବାନୀଙ୍କ ଲୋନ୍ ଆକାଉଣ୍ଟକୁ ଜାଲ୍‌ ଘୋଷିତ କରିଦେଇଥିଲା । ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀଙ୍କୁ ପଚରାଉଚରା ପାଇଁ ଡକାଇଥିଲା । କମ୍ପାନୀକୁ ଋଣ ଦେବା ସମୟରେ ସବୁ କିଛି ସଠିକ୍ ଭାବେ ଯାଞ୍ଚ କରାଯାଇଥିଲା କି ନାହିଁ ତାହା ଜାଣିବା ପାଇଁ ଏଜେନ୍ସି ପ୍ରାୟ ୧୦ରୁ ଅଧିକ ବ୍ୟାଙ୍କରୁ ତଥ୍ୟ ମଗାଇ ଖୋଳତାଡ କରିଥିଲା।

 

Leave a Reply

Your email address will not be published. Required fields are marked *