Congress Bhavan 1

ଆସନ୍ତା ୨୪ ତାରିଖରେ ରାଜ୍ୟ ସାରା କଂଗ୍ରେସ ପାଳନ କରିବ ଶ୍ରଦ୍ଧାଞ୍ଜଳି ଦିବସ

Spread the love

ଭୁବନେଶ୍ବର:ଖୁବ୍ ଶୀଘ୍ର କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ। ଏହାଛଡ଼ା ଏକ ସ୍ୱତନ୍ତ୍ର ମହିଳା ସୁରକ୍ଷା ଆପ୍ ବି ଲଞ୍ଚ କରିବ କଂଗ୍ରେସ। ଏହାଛଡ଼ା ଆସନ୍ତା ୨୪ ତାରିଖ ଦିନ ରାଜ୍ୟ ସାରା କଂଗ୍ରେସ ପାଳନ କରିବ ଶ୍ରଦ୍ଧାଞ୍ଜଳି ଦିବସ। ଏନେଇ ପିସିସି ସଭାପତି ଭକ୍ତ ଦାସ ବଡ଼ ଘୋଷଣା କରିଛନ୍ତି।

ସେ କହିଛନ୍ତି, ରାଜ୍ୟରେ ଅସୁବିଧାରେ ଥିବା ମହିଳାମାନେ ଏହି ଆପ୍‌ରେ ଆସି ଅଭିଯୋଗ କରି ପାରିବେ। ମହିଳାଙ୍କ ଅସୁବିଧା କଂଗ୍ରେସ ସମାଧାନ କରିବ। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଶ୍ରାଦ୍ଧ ଦିବସ ଥିବାରୁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି କଂଗ୍ରେସ। କଂଗ୍ରେସ ସହ ସାମିଲ ହେବେ ୮ ବାମ ପନ୍ଥୀ ଦଳ। ରାଜ୍ୟରେ ଗତ କିଛି ଦିନରେ ହତ୍ୟା, ଆତ୍ମହତ୍ୟାର ଶିକାର ହୋଇଥିବା ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା ପାଳିତ ହେବ। କଲେଜ୍ ଓ ୟୁନିଭରସିଟିରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା ସହ ଏହି ଦିବସ ପାଳନ ପାଇଁ ନିବେଦନ କରୁଛି। ୨୪ ତାରିଖ ପରେ କଣ କାର୍ଯ୍ୟକ୍ରମ ହାତକୁ ନିଆଯିବ, ସମସ୍ତ ଦଳ ମିଳିତ ବୈଠକ କରି ନିଷ୍ପତ୍ତି ନେବେ।

Leave a Reply

Your email address will not be published. Required fields are marked *