Detentions Bengali 750x375 1

ବାଂଲାଦେଶୀ ସନ୍ଦେହରେ ଅଟକ ଥିବା ୧୦୧ ଜଣଙ୍କୁ ମୁକ୍ତ କଲା ଓଡିଶା

Spread the love

ଭୁବନେଶ୍ୱର: ବାଂଲାଦେଶୀ ନାଗରିକ ଏବଂ ରୋହିଙ୍ଗ୍ୟା ସନ୍ଦେହରେ ଝାରସୁଗୁଡା ଜିଲ୍ଲାର ହୋଲ୍ଡିଂ ସେଣ୍ଟରରେ ଅଟକ ଥିବା ଆଉ ୧୦୧ ଜଣ ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ମୁକ୍ତ କରିଛି। ସୋମବାର ଠାରୁ ୪୪୭ ଜଣଙ୍କୁ ବାଂଲାଦେଶୀ ସନ୍ଦେହରେ ପୋଲିସ ଗିରଫ କରିଥିଲା। ୩୦୨ ଜଣଙ୍କୁ ଭାରତୀୟ ନାଗରିକ ବୋଲି ନିଶ୍ଚିତ ହେବା ପରେ ସେମାଙ୍କୁ ଛାଡି ଦିଆଯାଇଥିଲା। ଜନ୍ମଗତ ପ୍ରମାଣପତ୍ର, ଭୋଟର ପରିଚୟପତ୍ର କିମ୍ବା ଜମି ପଟ୍ଟା ଭଳି ଅତି କମରେ ଦୁଇଟି ଡକ୍ୟୁମେଣ୍ଟ ବ୍ୟବହାର କରି ପୋଲିସ ସେମାନଙ୍କ ପରିଚୟ ଯାଞ୍ଚ କରିଥିଲା।

ଗତ ତିନି ଦିନ ମଧ୍ୟରେ ଅଟକ ଥିବା ମୋଟ ୪୦୩ ଜଣଙ୍କୁ ସେମାନଙ୍କ କର୍ମକ୍ଷେତ୍ରକୁ ଫେରିବାକୁ ଅନୁମତି ଦିଆଯାଇଛି। ଭାରତୀୟ ଜାତୀୟତାର ଡକ୍ୟୁମେଣ୍ଟାରୀ ପ୍ରମାଣ ସନ୍ତୋଷଜନକ ନ ଥିବାରୁ ବାକି ୪୪ ଜଣ ଶ୍ରମିକଙ୍କ ଯାଞ୍ଚ ଚାଲିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଏହି ଅଟକ ଅନୁପ୍ରବେଶକାରୀଙ୍କୁ ନେଇ ଓଡ଼ିଶା ଏବଂ ବଙ୍ଗଳା ସରକାରଙ୍କ ମଧ୍ୟରେ ରାଜନୈତିକ ବିବାଦ ସୃଷ୍ଟି କରିଛି। ଟିଏମସି ଓଡିଶା ଉପରେ ବଙ୍ଗଳାଭାଷୀ ପ୍ରବାସୀଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛି।

ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ଭାବେ ଅନେକ ବାଂଲାଦେଶୀ ନାଗରିକ ରହୁଥିବା ଅଭିଯୋଗ ‌ହୋଇ ଆସୁଥିଲା। ଗତ ୪ ଦିନ ହେଲା ସେମାନଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୪୪୪ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖି ପରିଚୟପତ୍ର ଯାଞ୍ଚ କରୁଛି। ତେବେ ଏହି ଘଟଣାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓଡିଶା ସରକାରକୁ ଟାର୍ଗେଟ କରିଛି। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଥିଲେ ଯେ ଯଦିଓ ୩୩୫ ଜଣଙ୍କ ପାଖରେ ନକଲି ଭାରତୀୟ କାଗଜପତ୍ର ଥିବା ଜଣାପଡ଼ିଥିଲା, ତଥାପି ଓଡ଼ିଶା ସେମାନଙ୍କୁ ପଶ୍ଚିମବଙ୍ଗର ସେମାନଙ୍କ ସମ୍ପୃକ୍ତ ସ୍ଥାନର ଜିଲ୍ଲା କଲେକ୍ଟରଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ପଶ୍ଚିମବଙ୍ଗ ସରକାର ଯାହା କରିବାକୁ ଚାହାଁନ୍ତି ତାହା କରନ୍ତୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *