Thequint 2022 07 F3c6b406 6709 4f13 9d58 Ef60da0fadbe Img 2482

ପଞ୍ଜାବ ସରକାରଙ୍କ ବଡ ଘୋଷଣା, ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା, ସରକାରୀ କର୍ମଚାରୀ ବି ପାଇବେ ସୁବିଧା

Spread the love

ନୂଆଦିଲ୍ଲୀ : ପଞ୍ଜାବବାସୀଙ୍କ ପାଇଁ ଏକ ବଡ ଖୁସି ଖବର । ପଞ୍ଜାବର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ବାର୍ଷିକ କ୍ୟାସ୍‌ଲେସ୍‌ ସ୍ୱାସ୍ଥ୍ୟ ବୀମାର ଲାଭ ମିଳିବ । ଏହାସହ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହୋଇଛି, ଯେଉଁଠାରେ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ । ଏହି ଯୋଜନାର ଘୋଷଣା ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଓ ଆପ୍‌ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍‌ କରିଛନ୍ତି । ଏହି ଯୋଜନା ଅନୁଯାୟୀ ଲୋକେ ଏବେ ସରକାରୀ ଓ ଘରୋଇ ଉଭୟ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରାଇପାରିବେ ।
ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଅରବିନ୍ଦ କେଜ୍ରିୱାଲ୍‌ ଯୋଜନାର ଘୋଷଣା କରି କହିଛନ୍ତି, ଏଥିରେ ପଞ୍ଜାବର ୬୫ ଲକ୍ଷ ପରିବାରଙ୍କୁ ସିଧାସଳଖ ଲାଭ ମିଳିବ । ଏହି କ୍ୟାସ୍‌ଲେସ୍‌ ସ୍ୱାସ୍ଥ୍ୟ ବୀମା ଦ୍‌ବାରା ପଞ୍ଜାବ ବାସିନ୍ଦା ସରକାରୀ ଓ ଘରୋଇ ଉଭୟ ହସ୍ପିଟାଲରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା କରାଇ ପାରିବେ । ସେହିପରି ଏହି ବୀମା ସରକାରୀ କର୍ମଚାରୀ, ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମଧ୍ୟ ୧୦୦ ପ୍ରତିଶତ ଲାଭ ମିଳିବ ।
ପଞ୍ଜାବର ଲୋକେ ଏହି ଯୋଜନାର ଲାଭ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଲାଭ ମିଳିବ । ଏହି କାର୍ଡ ଜରିଆରେ ହସ୍ପିଟାଲରେ ଲୋକଙ୍କ ଚିକିତ୍ସା ସମ୍ପୂର୍ଣ୍ଣ କ୍ୟାସ୍‌ଲେସ୍‌ ହେବ । ଆସନ୍ତା ୩ ମାସରେ ଏହି ଯୋଜନା ସାରା ରାଜ୍ୟରେ ଲାଗୁ ହେବ । ଏହି ସମୟରେ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *