Ship 2025 07 06 19 58 56

ଲୋହିତ ସାଗରରେ ବ୍ରିଟିଶ ଜାହାଜ ଉପରକୁ ରକେଟ୍ ମାଡ଼

Spread the love

ନୂଆଦିଲ୍ଲୀ : ଅଶାନ୍ତ ମଧ୍ୟପୂର୍ବ ଗତ କିଛି ଦିନ ହେଲା କିଛିଟା ଶାନ୍ତ ଥିବା ବେଳେ ପୁଣି ସେଥିରେ ବ୍ୟାଘାତ ସୃଷ୍ଟି ହୋଇଛି । ରବିବାର ୟେମେନ୍ ଉପକୂଳ ନିକଟରେ ଲୋହିତ ସାଗରରେ ଏକ ବ୍ରିଟିଶ ବାଣିଜ୍ୟିକ ଜାହାଜ ଉପରେ ସଶସ୍ତ୍ର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀମାନେ ଜାହାଜ ଉପରେ ଗୁଳି ବର୍ଷା କରିଥିଲେ ଏବଂ ରକେଟ୍-ଚାଳିତ ଗ୍ରେନେଡ୍ (ଆରପିଜି) ମାଡ଼ କରିଥିଲେ। ଏହି ଆକ୍ରମଣ ପଛରେ ହୁତୀ ବିଦ୍ରୋହୀଙ୍କ ହାତ ଥିବା ସଂଦେହ କରାଯାଉଛି । ହୁତୀମାନଙ୍କୁ ଇରାନ ସମର୍ଥନ ଦେଉଥିବାରୁ ଏହି ଆକ୍ରମଣ ଇରାନର ଇଙ୍ଗିତରେ ହୋଇଥିବା ଆଶଙ୍କା କରାଯାଉଛି । ଏହି ଆଶଙ୍କା ସତ ହେଲେ ପୁଣି ମଧ୍ୟ-ପୂର୍ବରେ ସଂଘର୍ଷ ଆରମ୍ଭ ହୋଇପାରେ । ବ୍ରିଟେନର ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ସେଣ୍ଟର କହିଛି ଯେ ଜାହାଜର ସୁରକ୍ଷା ଦଳ ଏହି ଆକ୍ରମଣର ଜବାବ ଦେଇଥିଲା ।
ଗତ କିଛି ମାସ ମଧ୍ୟରେ, ୟେମେନର ହୁଥି ବିଦ୍ରୋହୀମାନେ ଲୋହିତ ସାଗର ଅଞ୍ଚଳରେ ଅନେକ ବାଣିଜ୍ୟିକ ଏବଂ ସାମରିକ ଜାହାଜ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛନ୍ତି । ଗାଜା ଷ୍ଟ୍ରିପରେ ହମାସ ଉପରେ ଇସ୍ରାଏଲର ଆକ୍ରମଣର ପ୍ରତିବାଦରେ ଏହି ଆକ୍ରମଣ କରୁଛନ୍ତି ସେମାନେ କହୁଛନ୍ତି। ନଭେମ୍ବର ୨୦୨୩ରୁ ଜାନୁଆରୀ ୨୦୨୫ ମଧ୍ୟରେ, ହୁଥିମାନେ ୧୦୦ରୁ ଅଧିକ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିଥିଲେ, ଯେଉଁଥିରେ ଦୁଇଟି ବୁଡ଼ାଇ ଦିଆଯାଇଥିଲା ଏବଂ ଚାରି ଜଣ ନାବିକଙ୍କୁ ହତ୍ୟା କରାଯାଇଥିଲା।

Leave a Reply

Your email address will not be published. Required fields are marked *