Whatsapp Image 2025 05 27 At 19.55.15 750x430

ଖୋର୍ଦ୍ଧା- ବଲାଙ୍ଗୀର ନିର୍ମାଣାଧିନ ରେଳ ଟନେଲ, ୪୮ ଘଣ୍ଟା ନପୂରୁଣୁ ଆଉ ଏକ ଗର୍ତ୍ତ

Spread the love

ହରଭଙ୍ଗା : ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ସ୍ଥିତ ନିର୍ମାଣଧୀନ ୪ ନମ୍ବର ରେଳ ସୁଡଙ୍ଗର କଖାରୁ ଫାଳ ନିକଟରେ ସୋମବାର ଉପରପାର୍ଶ୍ଵରୁ ଭୁଶୁଡି ପଡି ବଡ଼ ଧରଣର ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାର ୪୮ ଘଣ୍ଟା ନପୂରୁଣୁ ପୁଣି ଆଉ ଏକ ସ୍ଥାନରେ ୧୦ ଫୁଟ ଲମ୍ବର ଆଉ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଗତ ସୋମବାର ଭୁଷୁଡିବା ସ୍ଥାନରୁ କିଛି ଦୂରତା ରେ ଏହି ଗର୍ତ୍ତ ଏବଂ ଫାଟ ସୃଷ୍ଟି ହୋଇଛି । ଲଗାତାର ସୁଡ଼ଙ୍ଗର ଉପରିଭାଗରେ ଏଭଳି ଫାଟ ଏବଂ ଗାତ ଯୋଗୁଁ ନିର୍ମାଣାଧୀନ ଓଡ଼ିଶାର ସର୍ବ ବୃହତ ରେଳ ସୁଡ଼ଙ୍ଗର ଦାୟିତ୍ୱରେ ଥିବା ପିଏମସି ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ବେପରୁଆ କାର୍ଯ୍ୟଶୈଳୀକୁ ପଦାରେ ପକାଇଛି । ବାରମ୍ବାର ରେଳ ସୁଡ଼ଙ୍ଗ ଭୁଷୁଡି ଯାଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିବା ଜଣାପଡିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *