1

ପାକିସ୍ତାନ ଟାର୍ଗେଟ୍‌ରେ ଭାରତର ଏହି ୧୫ ସହର, କେଉଁ ମୁହୂର୍ତ୍ତରେ ବି କରିପାରେ ଆକ୍ରମଣ

Spread the love

ନୂଆଦିଲ୍ଲୀ,୮ା୫: ଭାରତର ୧୫ଟି ସହରକୁ ପାକିସ୍ତାନ ଟାର୍ଗେଟ୍‌ କରିଛି। ଏନେଇ ଗୁରୁବାର ସ୍ପଷ୍ଟ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଶତ୍ରୁଦେଶ ଟାର୍ଗେଟ କରିଛି।

ଏଥିମଧ୍ୟରେ ଅବନ୍ତିପୁର, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ, ଫଲୋଦି, ଉତ୍ତରଲାଇ, ଭୁଜକୁ ପାକିସ୍ତାନ କଡ଼ା ଟାର୍ଗେଟ୍‌ କରିଛି। ଡ୍ରୋନ୍‌ ଓ ମିସାଇଲ ଜରିଆରେ ଉକ୍ତ ସହରକୁ ଟାର୍ଗେଟ୍‌ କରିଛି ପାକିସ୍ତାନ।

ତଥାପି, ଭାରତୀୟ ସେନା UAS ଗ୍ରୀଡ୍‌ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମାଧ୍ୟମରେ ଏହି ଆକ୍ରମଣଗୁଡ଼ିକୁ ନିଷ୍କ୍ରିୟ କରିଥିଲା। ଏହି ଆକ୍ରମଣର ଭଗ୍ନାବଶେଷ ଏବେ ଅନେକ ସ୍ଥାନରୁ ଉଦ୍ଧାର କରାଯାଉଛି ଯାହା ପାକିସ୍ତାନୀ ଆକ୍ରମଣକୁ ନିଶ୍ଚିତ କରେ। ଆଜି ସକାଳେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ବିଭିନ୍ନ ସ୍ଥାନରେ ଥିବା ବାୟୁ ପ୍ରତିରକ୍ଷା ରାଡାର ଏବଂ ସିଷ୍ଟମକୁ ଟାର୍ଗେଟ କରିଥିଲେ। ସୂତ୍ର ଅନୁସାରେ, ଭାରତୀୟ ସେନା ଲାହୋରରେ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କରିଦେଇଛି।

ଭାରତ ଏହି ଆକ୍ରମଣର ଜବାବ ସମାନ ଢଙ୍ଗରେ, ସମାନ ତୀବ୍ରତାରେ ଏବଂ ସମାନ କ୍ଷେତ୍ରରେ ଦେଇଛି। ଆଜି ସକାଳେ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଅନେକ ବାୟୁ ପ୍ରତିରକ୍ଷା ରାଡାର ଏବଂ ସିଷ୍ଟମକୁ ଟାର୍ଗେଟ କରିଥିଲେ। ଲାହୋରର ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରାଯାଇଥିବା ରିପୋର୍ଟ ମିଳିଛି।

ଭାରତ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ଏହା ପାକିସ୍ତାନର କୌଣସି ସାମରିକ ମୁଖ୍ୟାଳୟକୁ ଟାର୍ଗେଟ କରିନାହିଁ ଏବଂ ଏବେ ମଧ୍ୟ ଭାରତର ଲକ୍ଷ୍ୟ ଯୁଦ୍ଧକୁ ବଢାଇବା ନୁହେଁ ବରଂ ଜବାବ ଦେବା।

ସୀମାରେ ମଧ୍ୟ ନିରନ୍ତର ଗୁଳିବର୍ଷା ଚାଲିଛି। କୁପଓ୍ବାଡା, ବାରମୂଳା, ପୁଞ୍ଚ, ମେନ୍ଧାର, ରାଜୌରୀ ଭଳି ଅଞ୍ଚଳରେ ପାକିସ୍ତାନ ମୋର୍ଟାର ଏବଂ ଭାରୀ ତୋପ ମାଡ଼ କରିଛି। ଏହି ଘୃଣ୍ୟ ଗୁଳିଚାଳନା ଯୋଗୁ ତିନି ଜଣ ମହିଳା ଏବଂ ପାଞ୍ଚ ଜଣ ଶିଶୁ ସମେତ ୧୬ ଜଣ ନିରୀହ ଭାରତୀୟ ନାଗରିକଙ୍କ ଜୀବନ ଯାଇଛି।

ଭାରତର ସ୍ପଷ୍ଟ କରି କହିଛି ଯେ, ‘ଆମେ ଉତ୍ତେଜନା ବୃଦ୍ଧି ଚାହୁଁନାହୁଁ, କିନ୍ତୁ ଆମେ କିପରି ଜବାବ ଦେବାକୁ ହେବ ତାହା ଜାଣ’। କିନ୍ତୁ ଯଦି ଏହାର ସାମରିକ ଘାଟି କିମ୍ବା ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ହୁଏ, ତେବେ ଭାରତ ଜବାବ ଦେବାକୁ ପଛାଇବ ନାହିଁ। ଏହି କାରଣରୁ ନିୟନ୍ତ୍ରଣ ରେଖାରେ ପାକିସ୍ତାନର ଗୁଳିଗୋଳାର କଡ଼ା ଜବାବ ଦିଆଯାଉଛି।

Leave a Reply

Your email address will not be published. Required fields are marked *