05hyngg Gold Atm 04

ଏଣିକି ଟଙ୍କା ପରି ଏଟିଏମ୍‌ରୁ କାଢିପାରିବେ ସୁନା

Spread the love

ନୂଆଦିଲ୍ଲୀ,୧୨।୩: ଏଟିଏମରୁ ନୋଟ ବାହାରୁଥିବା କଥା ତ ସମସ୍ତେ ଜାଣନ୍ତି। କିନ୍ତୁ ସୁନା ଓ ରୂପା ବାହାରିବା କେବେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଭକ୍ତମାନଙ୍କୁ ଏବେ ଏଠାରେ ଏକ ନୂଆ ସୁବିଧା ମିଳିବ। ଏଠାରେ ସେମାନେ ଏଟିଏମ ମେସିନ ମାଧ୍ୟମରେ ସୁନା ଏବଂ ରୂପା ପେଣ୍ଡେଣ୍ଟ ପାଇପାରିବେ।

ତିରୁମାଳା ତିରୁପତି ଦେବସ୍ଥାନମ ତିରୁମାଳା ମନ୍ଦିରରେ ବିଶ୍ୱର ପ୍ରଥମ ସୁନା ଏବଂ ରୂପା ପେଣ୍ଡେଣ୍ଟ ଏଟିଏମ ଲଞ୍ଚ କରିବାକୁ ଯାଉଛି। ଭଗବାନ ଭେଙ୍କଟେଶ୍ୱର ଏବଂ ଦେବୀ ଲକ୍ଷ୍ମୀ ଦେବୀଙ୍କ ଫଟୋ ଥିବା ଏହି ପେଣ୍ଡେଣ୍ଟଗୁଡ଼ିକୁ ଏଟିଏମ ମେସିନରୁ କିଣାଯାଇପାରିବ। ତେବେ ଏହି ଏଟିଏମ ମେସିନଗୁଡ଼ିକରୁ ସୁନା ଏବଂ ରୂପା ପେଣ୍ଡେଣ୍ଟ କାଢ଼ିପାରିବେ। ଏହି ପେଣ୍ଡେଣ୍ଟଗୁଡିକର ଓଜନ ୨ ଗ୍ରାମ, ୫ ଗ୍ରାମ ଏବଂ ୧୦ ଗ୍ରାମ ହେବ। ତିରୁମାଳା ତିରୁପତି ଦେବସ୍ଥାନର କାର୍ଯ୍ୟର୍ନିବାହୀ ଅଧିକାରୀ ଜେ ଶ୍ୟାମଲା ରାଓଙ୍କ ଉଦ୍ୟମରେ ତିରୁମାଳା ମନ୍ଦିର, ତିରୁପତି ଗୋବିନ୍ଦରାଜ ମନ୍ଦିର ଏବଂ ତିରୁଚାନୁର ପଦ୍ମାବତୀ ଅମାଭାରୀ ମନ୍ଦିରରେ ଡିଜିଟାଲ ରୂପାନ୍ତର କରାଯାଉଛି।

Leave a Reply

Your email address will not be published. Required fields are marked *