Gf

କବି ସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ କାଉନସିଲର

Spread the love

ଛତ୍ରପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ. ଲକ୍ଷ୍ମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମେଳି ବାନ୍ଧିଛନ୍ତି ବିଜେଡି କାଉନସିଲର। ଏନେଇ ଆଜି ଏନଏସି ଉପାଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ ଓ ୧୪ ବିଜେଡି କାଉନସିଲର ଛତ୍ରପୁର ଆସି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଦ୍ୱାରସ୍ଥ ହେବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
କବିସୂର୍ଯ୍ୟନଗର ଏନଏସିର ୧୮ ୱାର୍ଡ ମଧ୍ୟରୁ ୧୭ଟିରେ ବିଜେଡି କାଉନସିଲର ରହିଥିବା ବେଳେ ଅଧ୍ୟକ୍ଷା ମଧ୍ୟ ବିଜେଡିର ରହିଛନ୍ତି। ତେବେ ଅଧ୍ୟକ୍ଷା ଏକ ବର୍ଷ ଧରି ଏନଏସିରେ କୌଣସି ଉନ୍ନତି କାର୍ଯ୍ୟ କରାଇବାକୁ ଦେଉନଥିବା ଓ ସେ ବହୁତ ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ ଆଣି ଆଜି କାଉନସିଲର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏପରିକି ଅଧ୍ୟକ୍ଷା ସଠିକ ବୈଠକ କରୁନାହାନ୍ତି, ସରକାରୀ ଅର୍ଥ ହରି ଲୁଟ ଭଳି ଅଭିଯୋଗ ଆଣିଛନ୍ତି କାଉନସିଲରମାନେ। ଅଧ୍ୟକ୍ଷାଙ୍କ ପାଇଁ ଏନଏସିରେ କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇପାରୁନାହିଁ ବୋଲି କାଉନସିଲରମାନେ ଅଭିଯୋଗ କରିଥିଲେ।

 

Leave a Reply

Your email address will not be published. Required fields are marked *