Kotia

କୋଟିଆକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ

Spread the love

କୋରାପୁଟ : କୋଟିଆ ପାଇଁ ଏକାଠି ହେଲେ ସବୁ ଦଳ ।  କୋଟିଆକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ।  କୋଟିଆ ପଞ୍ଚାୟତର ବିକାଶ ସହ ଆନ୍ଧ୍ର ପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ କରାଇବା ଉଦ୍ୟମକୁ ରୋକିବା ନେଇ ବୈଠକରେ ଆଲୋଚନା ଚାଲିଛି ।   ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଅଛନ୍ତି ।  କୋରାପୁଟ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସାଂସଦଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକରେ ସାମିଲ ହୋଇଛନ୍ତି ।  କୋଟିଆର ବିକାଶ, ସ୍ଥାନୀୟ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ଆନ୍ଧ୍ର ପ୍ରଦେଶର ନିର୍ବାଚନୀ ଉଦ୍ୟମର ମୁକାବିଲାକୁ ନେଇ ବୈଠକରେ ଆଲୋଚନା ହୋଇଛି ।

Leave a Reply

Your email address will not be published. Required fields are marked *