ଗଜପତିରେ ସ୍ଥିତି ସଙ୍ଗୀନ: କଇଁପୂର-ଗଙ୍ଗାବାଡା ମୁଖ୍ୟ ରାସ୍ତାରେ ଭୂସ୍ଖଳନ, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
ଗଜପତି : ବାତ୍ୟା ଜନିତ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ସ୍ଥିତି ସଙ୍ଗୀନ । ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ରାସ୍ତାରେ ଢେଉ ଭାଙ୍ଗୁଛି । କିଛି ସ୍ଥାନରେ ଭୂସ୍ଗଳନ ମଧ୍ୟ ହୋଇଛି । ପ୍ରବଳ ବର୍ଷା ଯୋଗୁଁ କଇଁପୂର-ଗଙ୍ଗାବାଡା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ହୋଇଛି । ପାହାଡ଼ ଧସିଯାଇ ରାସ୍ତା ଅବରୋଧ ହୋଇଥିବା ଯୋଗୁଁ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ମାଟି ଏବଂ ପଥର ପଡ଼ି ରହିଛି।
ବିପଦପୂର୍ଣ୍ଣ ଅବସ୍ଥାରେ ବଡ଼ତୁଣ୍ଡି ବ୍ରିଜ । ୧୫ ଖଣ୍ଡ ଗାଁର ଯାତାୟାତ ପ୍ରଭାବିତ! । ପ୍ରବଳ ବର୍ଷା ଓ ଜଳସ୍ରୋତ ଯୋଗୁଁ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକକୁ ସଂଯୋଗ କରୁଥିବା ବଡ଼ତୁଣ୍ଡି ବ୍ରିଜର ଆପ୍ରୋଚ୍ ରୋଡ୍ ବା ମୁଖ୍ୟ ରାସ୍ତା ଧସିଯାଇ ବିପଦପୂର୍ଣ୍ଣ ଅବସ୍ଥା ସୃଷ୍ଟି ହୋଇଛି । ଏହି ବ୍ରିଜ୍ ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫ଟି ଗାଁର ଲୋକେ ଦୈନନ୍ଦିନ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ନିର୍ଭର କରନ୍ତି । ରାସ୍ତା ଧସିଯିବା ଫଳରେ ବିପଦପୂର୍ଣ୍ଣ ଭାବେ ଲୋକେ ଯାତାୟାତ କରୁଛନ୍ତି । ଗଜପତି ଜିଲ୍ଲା ବାଘଶାଳା ଗାଁ ରେ ମହୋନ୍ଦ୍ରତନୟା ନଦୀର ବନ୍ୟା ଜଳ ପ୍ରବେଶ କରିଛି । ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି ।
