Bse

୨୦୨୭ ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୩ ରୁ ଫର୍ମପୂରଣ

Spread the love

କଟକ :  ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୩ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ।  ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଫର୍ମପୂରଣ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।  ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମ ପୂରଣ ନିୟମ ନିର୍ଦ୍ଧାରଣ କରାଯାଇଛି ।

ରେଗୁଲାର ବର୍ଗରେ ସ୍କୁଲ ରେଗୁଲାର (SR) ଓ କ୍ୱାସି ରେଗୁଲାର (QR) ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ୱାରା ଅନଲାଇନ୍ ରେ କରାଯିବ ।  ସେହିପରି ଏକ୍ସ-ରେଗୁଲାର (ER), କରେସପଣ୍ଡେନ୍ସ କୋର୍ସ ରେଗୁଲାର (CR) ଓ କରେସପଣ୍ଡେନ୍ସ କୋର୍ସ ଏକ୍ସ-ରେଗୁଲାର (CER) ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ମାଧ୍ୟମରେ ଅଫଲାଇନ୍ ରେ କରାଯିବ ।  ଫର୍ମ ପୂରଣ ସମ୍ପର୍କିତ ଅନଲାଇନ୍ ଲିଙ୍କ୍ , ବିସ୍ତୃତ ନିର୍ଦ୍ଦେଶାବଳୀ ଓ ପର୍ଯ୍ୟାୟକ୍ରମେ ଫର୍ମ ପୂରଣ ପ୍ରକ୍ରିୟା ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *