ଟ୍ରମ୍ପଙ୍କ ଟାର୍ଗେଟରେ ୟୁଏସଏଆଇଡି କର୍ମଚାରୀ; ଛଟେଇରେ ବଳି ପଡ଼ିବେ ପ୍ରାୟ ୨ ହଜାର ଚାକିରିଆ
ନୂଆଦିଲ୍ଲୀ: ୟୁଏସଏଆଇଡି କର୍ମଚାରୀଙ୍କୁ ଟ୍ରମ୍ପ ଛାଟ । ଚାକିରିରୁ ବାହାରିଲେ ଦୁଇ ହଜାର ସରକାରୀ ଚାକିରିଆ । ଦେଶରୁ ବେଆଇନ ପ୍ରବାସୀଙ୍କୁ ବାହାର କରିବା ପରେ ଏବେ ୟୁଏସ୍ ଏଜେନ୍ସି ଫର୍ ଇଣ୍ଟରନ୍ୟାଶନାଲ ଡେଭଲ୍ପମେଣ୍ଟର କର୍ମଚାରୀଙ୍କୁ ଛଟେଇ ପାଇଁ ନିଷ୍ପତ୍ତି ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାସହିତ ହଜାରେରୁ ଅଧିକ କର୍ମଚାରୀଙ୍କୁ ଛୁଟିରେ ପଠାଇବାକୁ ଅଧିସୂଚନା ଜାରି କରିଛନ୍ତି ।
ସୂଚନା ଅନୁଯାୟୀ, ଆମେରିକା ପ୍ରଶାସନ ଉପରୁ ଆର୍ଥିକ ବୋଝ କମାଇବାକୁ ଏଭଳି ଆକ୍ସନ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଥିରେ ବଳି ପଡ଼ିଛନ୍ତି ସଂଘୀୟ କର୍ମଚାରୀଙ୍କୁ ଟାର୍ଗେଟ୍ । ଛଟେଇ ନେଇ ଏଲନ ମସ୍କ ପୂର୍ବରୁ ୟୁଏସଏଆଇଡି କର୍ମଚାରୀଙ୍କୁ ଇ-ମେଲ୍ ପଠାଇଥିଲେ । ଏଥିରେ ୪୮ ଘଣ୍ଟା ଭିତରେ ଜବାବ ଦେବାକୁ କୁହାଯାଇଥିଲା । ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ଏଲନ ମସ୍କ ସରକାରୀ ଦକ୍ଷତା ବିଭାଗର ପ୍ରମୁଖ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଦାୟିତ୍ବ ସମ୍ଭାଳିବା ପରେ ଟ୍ରମ୍ପ ପ୍ରଶାସନ ଉପରୁ ଆର୍ଥିକ୍ ବୋଝ କମାଇବାରେ ଲାଗିପଡ଼ଛନ୍ତି ।
ନ୍ୟୁଜ୍ ଏଜେନ୍ସି ଏପି ଅନୁଯାୟୀ, ଆମେରିକାର ସଂଘୀୟ ନ୍ୟାୟଧୀନ ଶୁକ୍ରବାର ୟୁଏସଏଆଇଡି କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ ପାଇଁ ଅନୁମତି ଦେବା ଏଭଳି ପଦକ୍ଷେପ ନିଆଯାଉଛି । ସପେଟେ ସଂଘୀୟ କର୍ମଚାରୀଙ୍କ ଦ୍ବାରା ଦାୟର ହୋଇଥିବା ରହିତାଦେଶ ଆବେଦନକୁ ୟୁଏସଏ ଡିଷ୍ଟ୍ରିକ୍ଟ ଜର୍ଜ କାର୍ଲ ନିକୋଲାସ ଖାରଜ କରିଛନ୍ତି । ସେହପିରି କର୍ମଚାରୀଙ୍କୁ ପଠାଯାଇଥିବା ଅଧିସୂଚନା କୁହାଯାଇଛି, ୟୁଏସଏଆଇଡିରେ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଫେବ୍ରୁଆରୀ ୨୩ ରାତି ୧୧.୫୯ ମିନିଟରୁ ପ୍ରଶାସନିକ ଅବକାଶରେ ରଖାଯିବ ।