P

ମଧ୍ୟମ ବର୍ଗର ସ୍ୱପ୍ନକୁ ଏମିତି ବୁଝାଯାଏ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଷ୍ଟ୍ରପତିଙ୍କ ସମ୍ବୋଧନ ବିକଶିତ ଭାରତର ସଂକଳ୍ପକୁ ଦୃଢ଼ତା ଦେବା, ନୂଆ ବିଶ୍ୱାସ ତିଆରି କରିବା ଏବଂ ଜନସାଧାରଣକୁ ପ୍ରେରିତ କରିବାକୁ ସାହାଯ୍ୟ କରିଛି। ସେ କହିଛନ୍ତି, ଆମେ ଗରିବଙ୍କୁ ମିଥ୍ୟା ପ୍ରତିଶୃତି ଦେଇନୁ, ବରଂ ବିକାଶ ଦେଇଛୁ। ଗରିବଙ୍କ ଦୁଃଖ, ସାଧାରଣ ମାନବର ସମସ୍ୟା, ମଧ୍ୟମ ବର୍ଗର ସ୍ୱପ୍ନକୁ ଏମିତି ବୁଝାଯାଏ ନାହିଁ ବୋଲି ସେ କହିଛନ୍ତି। ଏସବୁ ବୁଝିବା ଓ ଅନୁଭବ କରିବା ପାଇଁ ସେତିକି ଆଗ୍ରହ ଆବଶ୍ୟକ।

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଦେବା ଅବସରରେ ଏହା କହିଚାହଁନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମରୁ ହିଁ ନାମ ନ ନେଇ କଂଗ୍ରେସକୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଆସନ୍ତା ୨୫ ବର୍ଷର ବିକାଶର ବାର୍ତ୍ତା ଦେଇଥିଲେ। ବିରୋଧୀ କଂଗ୍ରେସର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ‘ବୋରିଂ’ ପ୍ରସଙ୍ଗକୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ଯେ ସେମାନଙ୍କୁ ଦେଶବାସୀଙ୍କ ବିକାଶର କଥା ସବୁବେଳେ ବୋରିଂ ଲାଗେ।

Leave a Reply

Your email address will not be published. Required fields are marked *