ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ

Spread the love

ତେଲ ଅଭିବ: ଅସ୍ତ୍ରବିରତି ଚୁକ୍ତି ପାଇଁ ଚାଲିଥିବା ଆଲୋଚନା ମଧ୍ୟରେ ବି ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ଗତ ଦୁଇଦିନରେ ଇସ୍ରାଏଲ ଆକ୍ରମଣରେ ଅତି କମରେ ୭୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ଦାବି କରିଛି। ପୂର୍ବ ସଂଘର୍ଷରେ ଅସ୍ତ୍ରବିରତି ଲାଗୁ ହେବାର ଶେଷ ଘଣ୍ଟା ପୂର୍ବରୁ ଉଭୟ ପକ୍ଷ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଥିଲେ।
ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗୁରୁବାର ଆକ୍ରମଣ ପରେ ଗାଜା ସିଟିର ଦୁଇଟି ଡାକ୍ତରଖାନାକୁ ଅଣାଯାଇଥିବା ମୃତଦେହ ପାଇଁ ଏହି ସଂଖ୍ୟା ଅଧିକ ଥିଲା। ମନ୍ତ୍ରଣାଳୟର ପଞ୍ଜୀକରଣ ବିଭାଗ ର ମୁଖ୍ୟ ଜାହିର ଅଲ୍ ୱାହିଦି କହିଛନ୍ତି, ଗତକାଲିର ଦିନ ଏକ ରକ୍ତାକ୍ତ ଦିନ ଥିଲା ଏବଂ ଆଜି ଥିଲା ଆହୁରି ରକ୍ତାକ୍ତ। ’’
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ ହାମାସ ଶେଷ ମୁହୂର୍ତ୍ତରେ ସଙ୍କଟର ଅନ୍ତ ନ ହେବା ପର୍ଯ୍ୟନ୍ତ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର କରିବା ପାଇଁ ତାଙ୍କ କ୍ୟାବିନେଟ୍ ବୈଠକ ବସିବ ନାହିଁ।

Leave a Reply

Your email address will not be published. Required fields are marked *