1792838463 1792838227 delhi

ସ୍କୁଲ ପରିସରରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର

Spread the love

ନୂଆଦିଲ୍ଲୀ: ସବୁ ଦିନ ପରି ଆଜି ବି ହସ ଖୁସିରେ ସ୍କୁଲ ଆସିଲେ। ହେଲେ କିଏ ଜାଣିଥିଲା ଆଜି ତାଙ୍କ ଜୀବନର ହେବ ଶେଷ ଦିନ। କିଛି ସମୟ ଆଗରୁ ହସୁଥିବା ଝିଅଟି କେମିତି ଏଭଳି ଚରମ ନିଷ୍ପତ୍ତି ନେବ, ତାହା କେହି ବିଶ୍ଵାସ କରି ପାରୁ ନାହାନ୍ତି। ଏମିତି ଏକ ବଡ଼ ଘଟଣା ଦିଲ୍ଲୀର ଶାହଦରା ଜିଲ୍ଲାର କୃଷ୍ଣନଗର ସ୍ଥିତ ଏକ ସ୍କୁଲରେ ଘଟିଛି।ଏଠାରେ ଜଣେ ଯୁକ୍ତ ୨ର ଛାତ୍ରୀ ସ୍କୁଲ ପରିସରରେ ହିଁ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରଥମେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣାର ସୂଚନା ମିଳିବା ମାତ୍ରେ କୃଷ୍ଣାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଛାତ୍ରୀଙ୍କ ବୟସ ୧୯ ବର୍ଷ।

ସୂଚନା ଅନୁଯାୟୀ, ଅକ୍ଟୋବର ୨୫ରେ ଛାତ୍ରୀଙ୍କ ଜନ୍ମଦିନ ଥିଲା। ସେ କଲେଜରେ ହିଁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଛନ୍ତି। ଘଟଣାସ୍ଥଳରେ ପୋଲିସକୁ ତିନୋଟି ସୁଇସାଇଡ୍ ନୋଟ୍ ମିଳିଛି। ପୋଲିସ ଏବେ ସବୁ ଦିଗରୁ ତଦନ୍ତ ଚଳାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଏହି ଘଟଣା ଦିଲ୍ଲୀର କୃଷ୍ଣାନଗର ଅଞ୍ଚଳ ସ୍ଥିତ ସର୍ବୋଦୟ କନ୍ୟା ବିଦ୍ୟାଳୟର। ଦିଲ୍ଲୀ ପୋଲିସ ମୁତାବକ, ପ୍ରାରମ୍ଭିକ ତଦନ୍ତରୁ ଏହା ଜଣା ପଡ଼ୁଛି ଯେ ଏହା ପ୍ରେମ ବ୍ୟାପାର ମାମଲା। ସ୍କୁଲର ଗାର୍ଡେନ ରୁମର ପଛ ପଟେ ଯୁକ୍ତ ୨ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ଶରୀର ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ଯାଞ୍ଚରେ ମୃତକ ଯୁବତୀଙ୍କ ସ୍କୁଲ ବ୍ୟାଗରୁ କିଛି ଜିନିଷ ଜବତ ହୋଇଛି। ଅଧିକ ତଦନ୍ତ ପାଇଁ ଫରେନ୍ସିକ ଟିମକୁ ଘଟଣାସ୍ଥଳକୁ ଡକାଯାଇଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା ତଦନ୍ତ କରାଯିବା ସହ ପଚାର ଉଚୁରା କରୁଛି ପୋଲିସ।

ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପୋଲିସ ପଚରାଉଚୁରା କରୁଛି। ଏବେ କିଛି କହିବା ଠିକ୍ ହେବ ନାହିଁ। ମାତ୍ର ଯାଞ୍ଚ ପରେ ପୂରା ମାମଲା ଏବଂ କାରଣ ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି।

ଛାତ୍ରୀଙ୍କ ଭଉଣୀ କହିଛନ୍ତି, ସକାଳେ ସେ ଭେଣୋଇଙ୍କ ସହ ଦିଦିକୁ ସ୍କୁଲ ଛାଡ଼ିବାକୁ ଯାଇଥିଲୁ। ସେହି ସମୟରେ ଛାତ୍ରୀଜଣକ ଖୁସି ଥିଲେ ଏବଂ ତାଙ୍କ ଚେହେରାରେ କୌଣସି ଦୁଃଖ କି ସମସ୍ୟା ନଜର ଆସୁ ନ ଥିଲା। ମାତ୍ର ଅପରାହ୍ଣରେ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଥିଲା।ଛାତ୍ରୀଙ୍କ ଭାଉଜ ମଧ୍ୟ କହିଛନ୍ତି ଯେ, ସ୍କୁଲ ଯିବା ସମୟରେ ମୃତକ ଖୁସି ଥିଲେ।

Leave a Reply

Your email address will not be published. Required fields are marked *