Screenshot 2026 03 15 075412

ଆସନ୍ତାକାଲି ରାଜ୍ୟସଭା ନିର୍ବଚନ: ଭୋଟ ପୂର୍ବରୁ ପାରାଦୀପରେ ବିଜେପି ବିଧାୟକଙ୍କ ମେଳି

Spread the love

ଭୁବନେଶ୍ୱର: ଦିନକ ପରେ ରାଜ୍ୟସଭା ନିର୍ବାଚନ। ସବୁ ଦଳକୁ ଘାରିଛି କ୍ରସ ଭୋଟିଂ ଭୟ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେପି ବିଧାୟକ, ମନ୍ତ୍ରୀମାନଙ୍କର ପାରାଦୀପରେ ମେଳି। ମଧ୍ୟରାତ୍ରୀରେ ଶନିବାର-ରବିବାର ରାତି ପ୍ରାୟ ଗୋଟାଏରେ ପାରାଦୀପ ମେରାଇନ ଡ୍ରାଇଭରେ ଥିବା ମେ ଫେୟାର ହୋଟେଲରେ ପହଞ୍ଚିଛନ୍ତି ସମସ୍ତ ବିଜେପି ବିଧାୟକ। ଭୁବନେଶ୍ବରରୁ ତିନୋଟି ବସରେ ଆସିଥିବା ବିଧାୟକମାନେ ମେ ଫେୟାରରେ ପହଞ୍ଚିବା ବେଳକୁ ଦଳୀୟ କର୍ମୀମାନେ ବାଜା ବଜାଇ, ବାଣ ଫୁଟାଇ ସେମାନଙ୍କୁ ସ୍ବାଗତ କରିଥିଲେ।

ଏହା ପରେ ବିଧାୟକମାନଙ୍କ ବସ୍ ହୋଟେଲ ଭିତରକୁ ଯାଇଥିଲା। ବସରେ ପ୍ରାୟ ୭୦ରୁ ଅଧିକ ବିଧାୟକ ଥିବା ଜଣାପଡିଛି। ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ରୁମର ବ୍ୟବସ୍ଥା କରାଯାଇଛି। ସେହିପରି ହୋଟେଲ ନିକଟରେ ମଧ୍ଯ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବସକୁ ସ୍ବତନ୍ତ୍ର ଏସକର୍ଟ ମାଧ୍ୟମରେ ଭୁବନେଶ୍ବରରୁ ପାରାଦୀପ ପର୍ଯ୍ଯନ୍ତ ଅଣା ଯାଇଥିଲା। ରାଜ୍ୟସଭା ନିର୍ବାଚନ ପୂର୍ବରୁ ନିଜ ନିଜ ଦଳର ବିଧାୟକଙ୍କୁ ଏକଜୁଟ କରିବାକୁ ପ୍ରୟାସ ଜାରି ରହିଛି । ଓଡ଼ିଶାରେ ଆରମ୍ଭ ହୋଇଥିବା ରିସର୍ଟ ପଲିଟିକ୍ସରେ କଂଗ୍ରେସ ପରେ ସାମିଲ ହୋଇଛି ବିଜେପି ।

ବେଙ୍ଗାଲୁରୁର ଏକ ରିସର୍ଟରେ କଂଗ୍ରେସ ବିଧାୟକଙ୍କୁ ରଖିଥିବା ବେଳେ ନିଜ ବିଧାୟକଙ୍କୁ ପାରାଦୀପ ନେଇଛି ବିଜେପି। ସେଠାରେ ବିଧାୟକଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲ ବୁକିଂ ହୋଇଛି। ସେଠାରେ ଦୁଇ ରାତି ଗୋଟିଏ ଦିନ ରହିବେ। ସୋମବାର ସକାଳୁ ସେଠାରୁ ସିଧା ବିଧାନସଭା ଆସିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସଭା ନିର୍ବାଚନ ଓ ଭୋଟିଂ ଉପରେ ଆଜି ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ।

 

Leave a Reply

Your email address will not be published. Required fields are marked *