Screenshot 2025 12 19 125633

ବିଧାୟକଙ୍କ ଦରମା ବୃଦ୍ଧିର ପୁନର୍ବିଚାର ପାଇଁ ଦାବି କଲା ବିଜେଡି

Spread the love

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି। ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଛି। ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଦେଇଛନ୍ତି ସୂଚନା। ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ ବି ଜନଅସନ୍ତୋଷକୁ ଦେଖି ଏହାର ପୁନର୍ବିଚାର କରିବା ପାଇଁ ଦାବି କରୁଥିବା କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ।

ବିଧାନସଭାରେ ୯ ତାରିଖରେ ବିଧାୟକମାନଙ୍କ ଦରମା ଭତ୍ତା ଓ ପେନସନକୁ ନେଇ ବିଲ ପାରିତ ହୋଇଥିଲା । ଏହି ବିଲ୍ରେ ଏକକାଳୀନ ଅହେତୁକ ଦରମା ଓ ଭତ୍ତା ବୃଦ୍ଧିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଓଡ଼ିଶା ଜନସାଧାରଣ ଏହାକୁ ବିରୋଧ କରିିଛନ୍ତି । ଜନମତ ଏହି ବିଲ ବିରୋଧରେ ଯାଉଛି । ତେଣୁ ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମନା କରିଥିଲେ ।

ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିରୋଧୀ ଦଳ ନେତା ନ ଆଜି ପର୍ଯ୍ୟନ୍ତ ତାଙ୍କ ଦରମା କେବେ ବି ନେଇ ନାହାନ୍ତି ।ତାହା ସାଧାରଣ ଲୋକଙ୍କ କାମରେ ଲଗାଯାଏ । ଆମ ଦଳର ସଭାପତିଙ୍କ ନିର୍ଦ୍ଦେଶରେ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖୁଛୁ ଏହି ବିଲର ସେ ପୁନର୍ବିଚାର କରନ୍ତୁ।

Leave a Reply

Your email address will not be published. Required fields are marked *