Highcourt

ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ, ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର

Spread the love

କଟକ : ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟରେ ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର । ଆବେଦନକାରୀ ନିଜର କୃତୀ ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି । ୨୯ ଟି ପୁସ୍ତକ ବିଚାରପତିଙ୍କୁ ଦେଖାଇଲେ। ହେଲେ ପ୍ରତିପକ୍ଷ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ହାଜର ହୋଇ ନାହାନ୍ତି। ହାଜର ହୋଇ ନିଜର କୃତୀ ଦର୍ଶାଇବା ପାଇଁ ସମୟ ନେଇଛନ୍ତି ।

ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତା ପୂର୍ବରୁ ପ୍ରତିପକ୍ଷ ନିଜର ସାହିତ୍ୟ କୃତୀ ଦର୍ଶାଇବା ପାଇଁ ନିର୍ଦ୍ଦେଶ ରହିଛି। ହାଇକୋର୍ଟଙ୍କ ବିଚାରପତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଛି । ୨୦୨୩ର ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରୁ ପାଇଥିବା ପଦ୍ମ ପୁରସ୍କାରକୁ ନେଇ ଉଠିଛି ବିବାଦ।

ଗୋଟିଏ ନାଁରେ ଦୁଇ ଜଣ ବ୍ୟକ୍ତି ପୁରସ୍କାରର ଦାବିଦାର। ଜଣେ ପୁରସ୍କାର ପାଇବା ପରେ ଅନ୍ୟଜଣକ ହକ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପଦ୍ମ ପୁରସ୍କାରର ଅସଲ ଦାବିଦାର ବୋଲି ହାଇକୋର୍ଟରେ ଆବେଦନ କରିଛନ୍ତି ଭୁବନେଶ୍ବରର ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର । କିନ୍ତୁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମ ପୁରସ୍କାର ମିଳିଛି ।

Leave a Reply

Your email address will not be published. Required fields are marked *