Deogaon Police Station

ବାହାଘର ବେଳେ ବନ୍ଧୁକ ଧରି ପଶିଲେ ୭ ଯୁବକ, ପୋଲିସର ତଦନ୍ତ ଜାରି

Spread the love

ବଲାଙ୍ଗିର : ବାହାଘର ଚାଲିଥିଲା, ବନ୍ଧୁକ ଧରି ପଶିଲେ ମାତାଲ ୭ ଯୁବକ ।  ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବାବିଯୋର ଗାଁରୁ ଆସିଛି ଅଭିଯୋଗ । ବାହାଘରରେ ପାଟିତୁଣ୍ଡ କରିବା ସହ ବରକୁ ଖୋଜିଥିଲେ ।  କାହିଁକି ଏପରି କରିଥିଲେ ଜଣା ପଡି ନଥିଲେ ବି ବର ଉପରେ ଆକ୍ରମଣ କରିବାକୁ ଆସିଥିବା ସନ୍ଦେହ କରାଯାଉଛି ।  ମାତାଲ୍ ଯୁବକଙ୍କୁ କାବୁ କରିଥିଲେ ଗାଁ ଲୋକ ।

ପୋଲିସ ମାତାଲ ଯୁବକଙ୍କୁ ଅଟକ ରଖିବା ସହ ବନ୍ଧୁକ ଜବତ କରିଛି ।  ତେବେ କିଏ ବରକୁ ଆକ୍ରମଣ କରିବାକୁ ସୁପାରୀ ଦେଇଛି ଏ ନେଇ ତଦନ୍ତ ଜାରି ରହିଛି । ଗାଇବାହାଲ ଗାଁର ରାଜ କୁମାର ପ୍ରଧାନ ବାବିଯୋର ଗାଁକୁ ବିବାହ କରିବାକୁ ଆସିଥିବା ବେଳେ ଏପରି ଘଟଣା ଘଟିଛି। ପୋଲିସର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *