୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଫେରସ୍ତ ହେବ ସୁଧ
ଭୁବନେଶ୍ବର: ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଉପରେ ଫେରସ୍ତ ହେବ ସୁଧ । ୨୦୨୪-୨୫ ଆର୍ଥିକ ବର୍ଷରେ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକଙ୍କ ୩୦୦କୋଟିର ସୁଧ ଫେରସ୍ତ କରାଯିବ । ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ଫେରସ୍ତ ହେବ ସୁଧ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ଜନତା ମଇଦାନରେ ‘ସୁଭଦ୍ରା ଶକ୍ତି ମେଳା’କୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲକ୍ଷପତି ଦିଦି’ ସୃଷ୍ଟି ଅଭିଯାନ ଦ୍ୱାରା ଅନୁପ୍ରାଣିତ ହୋଇ ରାଜ୍ୟ ସରକାର ଏହି ସୁଧ ଫେରସ୍ତ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୩ ବର୍ଷରେ ‘ଲକ୍ଷପତି ଦିଦି ସହାୟିକା ଯୋଜନା’ରେ ୨.୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଏସ୍ଏଚ୍ଜି ମା’ମାନେ ବାର୍ଷିକ ଅନୂ୍ୟନ ୧ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।
ଚଳିତବର୍ଷ ସରକାର ରାଜ୍ୟର ପ୍ରାୟ ୫. ୮୦ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ରିଭଲଭିଂ ଫଣ୍ଡ୍ ପରିମାଣକୁ ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରେଶନ ବା ଜିପିଏଲଏଫମାନଙ୍କୁ ପ୍ରଦାନ କରାଯାଉଥିବା କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ୍ କୁ ୩୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।