Files 1631695363 1047750734 1024x683

ଦୀପାବଳିରେ ବାଣ ଫୁଟାକୁ ନେଇ ପ୍ରଦୂଷଣ ବୋର୍ଡର ମାର୍ଗଦର୍ଶିକା

Spread the love

ଭୁବନେଶ୍ୱର: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି କରିଛି ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ପରିବେଶ ପ୍ରଦୂଷଣ ରୋକିବା ସହ ଧ୍ୱନି ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇ ବାଣ ଫୁଟାଇବାର ସମୟ ଓ ସ୍ଥାନ ନିର୍ଦ୍ଧାରଣ କରାଯାଇଛି।ମାର୍ଗଦର୍ଶିକା ଅନୁଯାୟୀ, ଦୀପାବଳି ଦିନ ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ କେବଳ ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ସାଇଲେନ୍ସ ଜୋନ୍‌ରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି।

ବିଶେଷକରି ଉଦ୍ୟାନ, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଅଦାଲତ ଓ ଧାର୍ମିକ ସ୍ଥଳ ଭଳି ନିରବ ଅଞ୍ଚଳରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। କେବଳ ଖୋଲା ସ୍ଥାନରେ ଗ୍ରୀନ୍ କ୍ରାକର୍ସ ଫୁଟାଇବାକୁ ଅନୁମତି ରହିଛି।ଏହି ନିୟମ ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ତେଣୁ ଦୀପାବଳି ପାଳନ ସମୟରେ ନିର୍ଦ୍ଧାରିତ ନିୟମ ମାନିବା ସହ ପରିବେଶ ଓ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *