Bfcc3373 0175 4758 8f98 dad81102a8de 1024x768

ବଜ୍ରକାପ୍ତା କାତି ଚାଲାଣ: ୬ ଗିରଫ, ୩୫୨ କାତି ଜବତ

Spread the love

ମାଲକାନଗିରି:ମାଲକାନଗିରି ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଚୋରା ଚାଲାଣ ସମୟରେ ଛଅଜଣଙ୍କୁ ଗିରଫ କରିବା ସହ ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛନ୍ତିା ଏ ସମ୍ବନ୍ଧରେ ମାଲକାନଗିରି ଖଣ୍ଡୀୟ ବନାଧିକାରୀ ସାଇକିରଣ ଡି.ଏନ୍ ଦେଇଥିବୂ ସୂଚନା ଅନୁ ଯାୟୀ ମାଲକାନଗିରି ଓ ମାଥିଲି ରେଞ୍ଜର ବନ ବିଭାଗ ଦଳ ମିଳିତ ଭାବେ ମାଲକାନଗିରି ରେଞ୍ଜ ଅନ୍ତର୍ଗତ ପଦ୍ମଗିରି ଓ ପାଣ୍ଡ୍ରିପାଣି ରାସ୍ତାରେ ଏକ ଅଭିଯାନ ଚଲାଇଥିଲୋ ଏହି ଅଭିଯାନ ସମୟରେ  ତିନୋଟି ମୋଟର ସାଇକଲରେ ଛଅଜଣ ବ୍ୟକ୍ତି ଆସୁଥିବା ଦେଖି ଉକ୍ତ ମୋଟର ସାଇକେଲ ଗୁଡିକୁ ଅଟକାଇ ଯାଂଚ କରିବାରୁ ତାଙ୍କ ନିକଟରୁ ବଜ୍ରକାପ୍ତା କାତି ଥିବା ଦେଖିବାକୁ ପାଇଥିଲୋ ଏହି ବଜ୍ରକାପ୍ତା କାତି ଗୁଡିକୁ ଜବତ କରିବା ସହ ଛଅଜଣଙ୍କୁ ଗିରଫ କରିଥିଲୋ ସମୁଦାୟ ୩୫୨ଟି କାତି ଥିବା ବେଳେ ଉକ୍ତ ଛଅଜଣଙ୍କୁ ବେଆଇନ ଅଧିକାର ଓ କାରବାରରେ ଜଡିତ ଥିବା ଅଭି ଯୋଗରେ ଗିରଫ କରା ଯାଇଛିା ବନ୍ୟପ୍ରାଣୀ ସଂର କ୍ଷଣ ଆଇନ ୧୯୭୨ (୨୦୨୨ ସଂଶୋଧୀତ)ର ସମ୍ପୃକ୍ତ ଧାରା ଅନୁ ଯାୟୀ ଏକ ବନ୍ୟପ୍ରାଣୀ ଅପରାଧ ମାମଲା ରୁଜୁ କରା ଯାଇଛିା ଏହି ବନ୍ୟପ୍ରାଣୀ କାରବାରରେ ଜଡିତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଥିବା ଶ୍ରୀ ସାଇ କିରଣ ସୂଚନା ଦେଇଛନ୍ତିାଏହି ଅବସରରେ ଏ ସି ଏଫ ପ୍ରିୟଙ୍କା ମହୁକା, ବନାଞ୍ଚଳ ଅଧିକାରୀ ରମେଶ ରାଉତ, ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *