Trump 300x169

ପୁଣି ବିବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ; ଦୁଷ୍କର୍ମ ଅଭିଯୋଗ ଆଣିଲେ ସ୍ବିସ୍ ମଡେଲ

Spread the love

ୱାଶିଂଟନ : ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ବିବାଦରେ ପଡ଼ିଛନ୍ତି। ସ୍ୱିଜରଲ୍ୟାଣ୍ଡର ପୂର୍ବତନ ମଡେଲ୍ ବିଟ୍ରିଶ କ୍ୟୁଲ୍ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଲଗାଇଛନ୍ତି। ତେବେ ଏବେ ନୁହେଁ, ୩୩ ବର୍ଷ ତଳେ ୧୯୯୩ରେ ନ୍ୟୁୟର୍କର ପ୍ଲାଜା ହୋଟେଲରେ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ କ୍ୟୁଲଙ୍କ ଶରୀରର ଅନେକ ସ୍ଥାନରୁ ରକ୍ତସ୍ରାବ ହୋଇଥିଲା। ଶରୀରରେ ଆଘାତର ଚିହ୍ନ ଦେଖା ଦେଇଥିଲା। ଆମେରିକା ସଂସଦରେ ଡେମୋକ୍ରାଟିକ୍ ସଦସ୍ୟମାନଙ୍କ ପକ୍ଷରୁ ଜାରି ଏକ ନୂଆ ରିପୋର୍ଟରେ ଏହି ଅଭିଯୋଗର ସୂଚନା ଦିଆଯାଇଛି। ୨୦୨୪ରେ ମଧ୍ୟ କ୍ୟୁଲ୍ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇ ଥିଲେ। ୧୯୯୩ରେ ଟ୍ରମ୍ପ ତାଙ୍କୁ ଖରାପ ଉଦ୍ଦେଶ୍ୟ ରଖି ଛୁଇଁଥିବା ଓ ଯୌନ ନିର୍ଯାତନା ଦେବାକୁ ପ୍ରୟାସ କରିଥିବା କହିଥିଲେ। ଏବେ ନୂଆ ରିପୋର୍ଟରେ ଟ୍ରମ୍ପ ଦୁଷ୍କର୍ମ କରିଥିବା ନେଇ କିମିଟିର ସଦସ୍ୟମାନଙ୍କୁ କ୍ୟୁଲ ଜଣାଇଛନ୍ତି।
ପୂର୍ବତନ ମିସ୍ ସ୍ୱିଜରଲ୍ୟାଣ୍ଡ କ୍ୟୁଲଙ୍କ ସୂଚନା ଅନୁଯାୟୀ, ୧୯୯୩ରେ ସେ ‘ଆମେରିକାନ୍ ଡ୍ରିମ୍ ପାଜେଣ୍ଟ’ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଇଥିଲେ। ଏଠାରେ ଟ୍ରମ୍ପଙ୍କ ସହ ତାଙ୍କର ସହଭାଗିତା ଥିଲା। ପରେ ଟ୍ରମ୍ପ ଜଣେ ସହଯୋଗୀଙ୍କ ମାଧ୍ୟମରେ ଭେଟିବା ପାଇଁ ତାଙ୍କୁ ହୋଟେଲକୁ ଡାକି ଦୁଷ୍କର୍ମ କରିଥିଲେ। ଏହା କାହା ଆଗରେ ନ କହିବା ପାଇଁ ଚାପ ପକାଇ ଥିଲେ। ଅନ୍ୟପକ୍ଷରେ ରିପୋର୍ଟରେ ଆଉ ତିନି ଜଣ ମହିଳାଙ୍କ ଅଭିଯୋଗକୁ ସାମିଲ କରାଯାଇଛି। ଷ୍ଟେସି ୱିଲିୟମ୍ସ ଏଫବିଆଇ ନିକଟରେ ଅଭିଯୋଗ କରିଥିଲେ ଯେ ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍‌ ଉପସ୍ଥିତିରେ ଟ୍ରମ୍ପ ତାଙ୍କୁ ଅନୁଚିତ ଭାବେ ସ୍ପର୍ଶ କରିଥିଲେ। ସେହିପରି ୧୯୯୪ରେ ୧୩ ବର୍ଷ ବୟସ ହୋଇଥିବାବେଳେ ଟ୍ରମ୍ପ ଓ ଏପଷ୍ଟିନ୍ ଦୁଷ୍କର୍ମ କରିଥିଲେ ବୋଲି କେଟି ଜନସନ୍ କହିଥିଲେ। ଏହା ବ୍ୟତୀତ ୧୪ ବର୍ଷ ବୟସରେ ଏପଷ୍ଟିନ୍ ତାଙ୍କ ସହ ଟ୍ରମ୍ପଙ୍କ ପରିଚୟ କରାଇଥିବା ଜେନ ସୂଚନା ଦେଇଥିଲେ।
ଏହା ପୂର୍ବରୁ ୧୯୯୭ରେ ଟ୍ରମ୍ପଙ୍କ ବିରୋଧରେ ପ୍ରଥମ ଥର ପାଇଁ ମହିଳା ବ୍ୟବସାୟୀ ଜିଲ୍ ହାର୍ଥ ଯୌନ ଉତ୍ପୀଡ଼ନ ଅଭିଯୋଗ ଲଗାଇ ଥିଲେ। ସେହିପରି ଟ୍ରମ୍ପ ଓ ଏପଷ୍ଟିନ ଦୁଷ୍କର୍ମ କରିଥିବା ନେଇ ୨୦୧୬ରେ ଜେନ ଡି କହିଥିଲେ। ଏହା ବ୍ୟତୀତ ପୂର୍ବତନ ସାମ୍ବାଦିକା ଜିନ କ୍ୟାରୋଲ ୨୦୧୯ରେ ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଲଗାଇ ଥିଲେ। ୨୦୨୩ରେ ସିଭିଲ କୋର୍ଟ ଏହି ମାମଲାରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଖାଲି ଏତିକି ନୁହେଁ, ଅନେକ ପର୍ଣ୍ଣଷ୍ଟାରଙ୍କ ସହ ଟ୍ରମ୍ପଙ୍କ ନାମ ଯୋଡ଼ି ହୋଇଛି।

Leave a Reply

Your email address will not be published. Required fields are marked *