Seabeach

ମୁମ୍ବାଇରେ ଆସୁଛି ଡିସାଲିନେସନ୍ ପ୍ଲାଣ୍ଟ, ପାନୀୟ ଉପଯୋଗୀ ହେବ ସମୁଦ୍ର ପାଣି !

Spread the love

ମୁମ୍ବାଇ: ସମୁଦ୍ର ପାଣିରୁ ବାହରିବ ମିଠା ପାଣି । ମୁମ୍ବାଇରେ ଜଳର ଚାହିଦା ଯୋଗାଣ ବଢ଼ିଚାଲିଥିବାରୁ ଏବେ ସମୁଦ୍ର ପାଣିକୁ ବ୍ୟବହାର କରିବା ପାଇଁ ଯୋଜନା କରାଯାଉଛି । ବିଶେଷ କରି ୨୦୦୯ ମସିହାରେ ଦେଖାଦେଇଥିବା ପ୍ରବଳ ଜଳାଭାବ ପରେ ମୁମ୍ବାଇର ଏହି ଡିସାଲିନେସନ୍ ବା ଲୁଣାପାଣିକୁ ମିଠାପାଣି କରିବା ପ୍ରକଳ୍ପ ବିଷୟରେ ଗମ୍ଭୀରତାର ସହ ବିଚାର କରାଯାଇଥିଲା । ମୌସୁମୀ ବର୍ଷା ଉପରେ ସହରର ନିର୍ଭରଶୀଳତାକୁ କମାଇବା ପାଇଁ ପୌରସଂସ୍ଥା ଏହି ପ୍ରସ୍ତାବ ଦେଇଥିଲେ । ସମୁଦ୍ର ପାଣିରୁ ଲୁଣ ଏବଂ ଅନ୍ୟାନ୍ୟ ଅଶୁଦ୍ଧତାକୁ ଦୂର କରି ଏହାକୁ ପିଇବା ଯୋଗ୍ୟ କରିବାର ଏକ ବୈଜ୍ଞାନିକ ପ୍ରକ୍ରିୟା ।

ମୁମ୍ବାଇ ଦୈନିକ ୫୦୦-୬୦୦ ମିଲିୟନ୍ ଲିଟର ଜଳ ଅଭାବକୁ ଦୂର କରିବା ପାଇଁ ଏହି ପ୍ରଯୁକ୍ତିବିଦ୍ୟା ଆପଣେଇବାକୁ ଯାଉଛି । ଏହି ପ୍ଲାଣ୍ଟରେ ଜଳ ବିଶୋଧନ ପାଇଁ ନିମ୍ନଲିଖିତ ପର୍ଯ୍ୟାୟ ଅବଲମ୍ବନ କରାଯିବ । ସମୁଦ୍ର ଜଳ ସଂଗ୍ରହ ଓ ପ୍ରାଥମିକ ଫିଲ୍ଟରିଂ ବୃହତ ପାଇପ୍ ସାହାଯ୍ୟରେ ଆରବ ସାଗରରୁ ସମୁଦ୍ର ଜଳ ପ୍ଲାଣ୍ଟକୁ ଅଣାଯିବ । ପ୍ରଥମ ପର୍ଯ୍ୟାୟରେ ଏହାକୁ ପ୍ରାଥମିକ ଫିଲ୍ଟର୍ କରାଯାଇ ବାଲି, ଶୈବାଳ, ଶାମୁକା ଏବଂ ସୂକ୍ଷ୍ମ ଜୀବମାନଙ୍କୁ ପାଣିରୁ ଅଲଗା କରାଯାଏ । ଉଚ୍ଚ ଚାପ ବିଶିଷ୍ଟ ପମ୍ପ ସାହାଯ୍ୟରେ ଫିଲ୍ଟର୍ ହୋଇଥିବା ଜଳକୁ ବିଶେଷ ପ୍ରକାରର ସୂକ୍ଷ୍ମ ମେମ୍ବ୍ରେନ୍ ମଧ୍ୟ ଦେଇ ପ୍ରବାହିତ କରାଯାଏ ।

ଏହି ମେମ୍ବ୍ରେନର ଛିଦ୍ରଗୁଡ଼ିକ ଏତେ ଛୋଟ ଯେ ଏହା କେବଳ ଜଳ ଅଣୁଗୁଡ଼ିକୁ ଯିବାକୁ ଦିଏ ଏବଂ ଲୁଣ ସମେତ ଅନ୍ୟାନ୍ୟ କ୍ଷତିକାରକ ଉପାଦାନକୁ ଅଟକାଇ ଦିଏ । ଏହାପରେ ମିଳୁଥିବା ଜଳ ସମ୍ପୂର୍ଣ୍ଣ ବିଶୁଦ୍ଧ ହୋଇଥାଏ । ବିଶୋଧନ ପ୍ରକ୍ରିୟା ସମୟରେ ପିଇବା ପାଣି ସହିତ ଅତ୍ୟଧିକ ଲୁଣିଆ ବା ଗାଢ଼ ଜଳ ବାହାରିଥାଏ, ଯାହାକୁ ‘ବ୍ରାଇନ୍’ କୁହାଯାଏ । ସାମୁଦ୍ରିକ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଏହି ବ୍ରାଇନକୁ ସ୍ୱତନ୍ତ୍ର ଡିଫ୍ୟୁଜର୍ ସାହାଯ୍ୟରେ ଗଭୀର ସମୁଦ୍ରରେ ଏପରି ଭାବେ ଛଡ଼ାଯାଏ ଯେପରି ଏହା ଶୀଘ୍ର ମିଶିଯିବ ଏବଂ ପରିବେଶ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ ।

Leave a Reply

Your email address will not be published. Required fields are marked *