Screenshot 2026 08 29 151535 750x430

ରାଜ୍ୟସଭା ସାଂସଦଙ୍କୁ ଠକି ବନ୍ଧା ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ

Spread the love

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ନୃସିଂହ ସାହୁଙ୍କ ପୁଅକୁ ଗିରଫ କରିଛି ପୁଲିସ। ରାଜ୍ୟସଭା ସାଂସଦଙ୍କୁ ଠକି ବନ୍ଧାହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଅଜିତ ସାହୁ। ମନ୍ତ୍ରୀଙ୍କ ପୁଅକୁ ଗିରଫ କଲା ନୟାପଲ୍ଲୀ ପୋଲିସ। ଜାଗା ଦେବାକୁ କହି ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି ଅଜିତ। ସୂଚନା ଅନୁସାରେ, ୨୦୨୪ ମସିହାରେ ଜମି ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଅଜିତଙ୍କ ନାଁରେ ଏତଲା ଦେଇଥିଲେ ରାଜ୍ୟସଭା ସାଂସଜ ସୁଜିତ କୁମାର।

ଦିଲ୍ଲୀ ତୋଗଲକ ଥାନାରେ ଠକେଇ ନେଇ ଦ୍ବାରସ୍ଥ ହୋଇଥିଲେ ସୁଜିତ କୁମାର। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ବାରମ୍ବାର କୋର୍ଟଙ୍କ ସମନ ସତ୍ତ୍ବେ ଅଜିତ ହାଜର ହୋଇନଥିଲେ। ସେଥିପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଜିତଙ୍କୁ ପଳାତକ ଘୋଷଣା କରିଥିଲେ । ୱାରେଣ୍ଟ ବଳରେ ଅଜିତଙ୍କୁ ନୟାପଲ୍ଲୀ ଘରୁ ଗିରଫ କରିଛି ପୋଲିସ । ଅଜିତଙ୍କ ବାପା ନୃସିଂହ ସାହୁ ବିଜେଡି ସରକାରରେ ପରିବହନ ମନ୍ତ୍ରୀ ଥିଲେ ।

Leave a Reply

Your email address will not be published. Required fields are marked *