Train attack

ୟୁକ୍ରେନରେ ଟ୍ରେନ ଉପରକୁ ରୁଷର ଡ୍ରୋନ୍ ଆକ୍ରମଣ, ୧୩ ମୃତ

Spread the love

କିଭ୍ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସକାଳେ ଡ୍ନିପ୍ରୋ ରେଳ ଷ୍ଟେସନରେ ଏକ ଡ୍ରୋନ୍ ଆକ୍ରମଣରେ ଅତି କମରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଥିବା ଖବର ମିଳିଛି । ଗୁରୁବାର ସକାଳେ ପ୍ଲାଟଫର୍ମରେ ଯାତ୍ରୀଙ୍କୁ ନେଇ ଏକ ଟ୍ରେନ୍ ଛିଡ଼ା ହୋଇଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ୟୁକ୍ରେନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଡ୍ନିପ୍ରୋରୁ ଜାପୋରିଜିଆ ଯାଉଥିବା ୮୬୬ ନମ୍ବର ଟ୍ରେନ ଉପରେ ଟାର୍ଗେଟ୍ କରାଯାଇଥିଲା । ଡ୍ରୋନଟି ସିଧାସଳଖ ଟ୍ରେନ ଠିଆହୋଇଥିବା ପ୍ଲାଟଫର୍ମରେ ମାଡ଼ ହୋଇଥିଲା । ଆକ୍ରମଣ ପୂର୍ବରୁ ସମ୍ଭାବ୍ୟ ବିପଦକୁ ନେଇ ସତର୍କ ସୂଚନା ଜାରି କରାଯାଇଥିଲା । ତଥାପି ପ୍ଲାଟଫର୍ମରେ ଯାତ୍ରୀ ଓ ଅନ୍ୟ ଲୋକମାନେ ଉପସ୍ଥିତ ଥିଲେ ।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆକ୍ରମଣକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ରୁଷ ୟୁକ୍ରେନର ସାଧାରଣ ନାଗରିକଙ୍କ ବିରୋଧରେ ପୁଣି ଏକ ଆକ୍ରମଣ କରିଛି । ରୁଷ ଉପରେ କେତେକ କଟକଣା କୋହଳ କରାଯିବା ପରେ ମଧ୍ୟ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କାହିଁକି ଜାରି ରହିଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହି ଘଟଣା ପରେ ୟୁକ୍ରେନରେ ରେଳ ଯାତ୍ରୀଙ୍କ ସୁରକ୍ଷା ଏବଂ ରୁଷର ଆକ୍ରମଣକୁ ନେଇ ପୁଣି ଚିନ୍ତା ବଢ଼ିଛି ।

Leave a Reply

Your email address will not be published. Required fields are marked *