Screenshot 2026 08 29 151806

ବିଚ୍‌ ରାସ୍ତାରେ ମାଂସ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

Spread the love

ବୁର୍ଲା: ଦୁର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ମହମ୍ମଦ୍ ଅନିଶ(୩୬)ଙ୍କର ମୃତ୍ୟୁ। ଦୁର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। ସମ୍ବଲପୁରର ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି । ମୁଣ୍ଡ, ଛାତି ଓ ପେଟରେ ଗୁଳି ବାଜିବାରୁ ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନିଶ୍ ଜମି କାରବାର କରୁଥିଲେ। ଏହା ହତ୍ୟାର କାରଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇ ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ପୋଲିସ ମୃତଦେହ ଜବତ କରି ବୁର୍ଲା ମେଡିକାଲରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଘଟଣା ପରେ ଗୁଳିମାଡ଼ କରିଥିବା ଯୁବକ ଜଣକ ଫେରାର ହେବାକୁ ଉଦ୍ୟମ କରିଥିଲା। ତେବେ ପୋଲିସ ତାଙ୍କୁ ଗୋଡ଼ାଇ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କୁ ବୁର୍ଲା ଥାନାରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି। ସମ୍ବଲପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ(ଏଏସ୍‌ପି) ଅଜୟ କୁମାର ମିଶ୍ରଙ୍କ ସୂଚନା ଅନୁସାରେ, ଅନିଶଙ୍କ ନିକଟରେ କାମ କରୁଥିବା ଅଭିଯୁକ୍ତ ରାଜା ସ୍ବାମୀ ଏହି ଗୁଳିଚାଳନା କରିଛନ୍ତି। ଏକ ଦେଶୀ ବନ୍ଧୁକରୁ ଅତି ନିକଟରୁ ଅତିକମ୍‌ରେ ୩ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ଘଟଣାସ୍ଥଳରୁ ୫ଟି ଖୋକା ମିଳିଛି।

 

Leave a Reply

Your email address will not be published. Required fields are marked *