Screenshot 2026 08 26 175047 2026 08 26 18 01 35

ଖଡ୍ଗ ନଦୀରେ ଓଲଟିଲା ଡ଼ଙ୍ଗା, ଶ୍ବଶୁର-ବୋହୂ ନିଖୋଜ, ୬ ଉଦ୍ଧାର

Spread the love

ବାଲିଗୁଡା : ବାଲିଗୁଡା ଥାନା ସଲାଗୁଡା ପଂଚାୟତର ଡାକା ଗାଁ ଖଡ୍ଗ ନଦୀରେ ଅଘଟଣ । ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା ।  ପ୍ରଖର ସ୍ରୋତରେ ଭାସିଗଲେ ୮ ଜଣ ଯାତ୍ରୀ ।  ୬ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି । ନିଖୋଜ ଦୁଇ ଜଣ ଶ୍ବଶୁର ଓ ବୋହୂ ବୋଲି ଜଣାପଡିଛି। ନିଖୋଜ ଗୁନ୍ଦାନା ମଳିକ ଓ ରାଇଙ୍ଗୀ ମଳିକ ବାଲିଗୁଡା ଥାନା ପଲାମୀ ଗାଁର ହୋଇଥିବା ସୂଚନା ମିଳିଛି।  ଅଗ୍ନିଶମ ବାହିନୀ ଗତକାଲି ଖୋଜା ଖୋଜି କରିଥିଲେ ଉଭୟଙ୍କ ସନ୍ଧାନ ମିଳି ପାରିନାହିଁ । ଗତକାଲି ଅପରାହ୍ନରେ ଶୁଦ୍ଧ କାର୍ଯ୍ୟକ୍ରମ ସାରି ଖଡ୍ଗ ନଦୀ ପାର ହୋଇ ନିଜ ଗାଁକୁ ଫେରିବା ସମୟରେ ଏହି ଅଘଟଣ ଘଟିଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ ନିଖୋଜ ବୋହୁଙ୍କ ଗାଁ ଫିରିଙ୍ଗିଆ ଥାନା ସମରବନ୍ଧ ପଞ୍ଚାୟତର ଏଜକ ଗାଁକୁ ଏକ ଶୁଦ୍ଧ ଘରରେ ଯୋଗ ଦେବାକୁ ଗୁନ୍ଦାନାଙ୍କ ସପରିବାର ଯାଇଥିଲେ । ଶୁଦ୍ଧ କାର୍ଯ୍ୟ ସାରି ଡ଼ଙ୍ଗାରେ ଖଡ୍ଗ ନଦୀ ପାର ହୋଇ ଫେରୁଥିବା ବେଳେ ହଠାତ ଡ଼ଙ୍ଗା ଓଲଟି ଯାଇଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଗତକାଲି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିଲେ ବି ନିଖୋଜ ବୋହୂ ଓ ଶଶୁ ଙ୍କ ସନ୍ଧାନ ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *