Nominee 1068x601

ବ୍ୟାଙ୍କ ଆକାଉଣ୍ଟରେ ଏଣିକି ରହିପାରିବେ ୪ ଜଣ ନୋମିନୀ

Spread the love

ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ଜଣ ନୋମିନୀ। ଏମାନଙ୍କୁ ଆକାଉଣ୍ଟଧାରୀଙ୍କ ଉତ୍ତରାଧିକାରୀ ବିବେଚନା କରାଯିବ। ଆକାଉଣ୍ଟଧାରୀଙ୍କ ଅନ୍ତେ ତାଙ୍କ ଅଂଶ ନୋମିନୀମାନଙ୍କୁ ମିଳିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ସିଷ୍ଟମରେ କ୍ଲେମ କରିବା ପାଇଁ ଏଭଳି ସମାନ ଏବଂ ସହଜ ବ୍ୟବସ୍ଥା ଆଣିଛନ୍ତି।

ସରକାରଙ୍କ ଏହି ନୂତନ ସୁବିଧାର ଲାଭ ମିଳିବ ଗ୍ରାହକଙ୍କୁ। ଗ୍ରାହକମାନେ ଏଣିକି ନିଜ ଆକାଉଣ୍ଟରେ ସର୍ବାଧିକ ୪ ଜଣ ନୋମିନୀଙ୍କୁ ସାମିଲ କରିବା ସହିତ କେଉଁ ନୋମିନୀ କେତେ ଅଂଶର ହକଦାର ହେବେ ତାହା ବି ଦର୍ଶାଇ ପାରିବେ। କେଉଁ ନୋମିନୀଙ୍କୁ ଅଧିକ ଅଗ୍ରାଧିକାର ଦିଆଯିବ ତାହା ଆକାଉଣ୍ଟଧାରୀ ଧାର୍ଯ୍ୟ କରିପାରିବେ। ଗ୍ରାହକ ଏକା ସାଙ୍ଗରେ ୪ ଜଣ ନୋମିନୀ ଦେଇପାରିବେ, ନଚେତ ଜଣ ଜଣ କରି ପର୍ଯ୍ୟାୟକ୍ରମେ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ।

Leave a Reply

Your email address will not be published. Required fields are marked *