8

ଚେଭେଲ୍ଲାରେ ସେନାଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଯବାନ ଆହତ

Spread the love

ତେଲେଙ୍ଗାନା: ତେଲେଙ୍ଗାନାର ଚେଭେଲ୍ଲାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରଙ୍ଗାରେଡ୍ଡୀ ଜିଲ୍ଲାର ଚେଭେଲ୍ଲାରେ ଭାରତୀୟ ସେନାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୭ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଯବାନମାନେ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆର୍ମି କ୍ୟାମ୍ପରୁ ଶାବାଦ ମଣ୍ଡଳ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ରଙ୍ଗାରେଡ୍ଡୀ ଜିଲ୍ଲାର ଚେଭେଲ୍ଲା ମଣ୍ଡଳ ଅନ୍ତର୍ଗତ ଆଲ୍ଲାୱାଡ଼ା ଗେଟ୍ ନିକଟରେ ସେନାର ଗାଡ଼ିଟି ଓଲଟି ପଡ଼ିଥିଲା । ପ୍ରାଥମିକ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ମୋଟ ୯ ଜଣ ଯବାନ ଆହତ ହୋଇଥିବା କୁହାଯାଉଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଯବାନମାନେ ଏକ ପ୍ରଶିକ୍ଷଣ ଅଭ୍ୟାସ ପାଇଁ ଗୋଲକୋଣ୍ଡା ଆର୍ମି କ୍ୟାମ୍ପରୁ ଶାବାଦ ମଣ୍ଡଳ ଅଭିମୁଖେ ଯାଉଥିଲେ । ଏହି ସମୟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଏକାଧିକ ଥର ଓଲଟି ପଡ଼ିବା ସହ ଆଗକୁ ଯାଇ ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣା ପରେ ଆହତ ଯବାନମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଯବାନମାନଙ୍କର ଗୋଲକୋଣ୍ଡାସ୍ଥିତ ଆର୍ମି ହସ୍ପିଟାଲ୍‌ରେ ଚିକିତ୍ସା ଚାଲିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଚେଭେଲ୍ଲା ଥାନା ଅଧିକାରୀ ନରେନ୍ଦ୍ର ରେଡ୍ଡୀଙ୍କ କହିବା ଅନୁସାରେ, ଯବାନମାନଙ୍କ ସମ୍ପର୍କରେ ସେନା ପକ୍ଷରୁ ଏଯାଏଁ କୌଣସି ଆଧିକାରିକ ସୂଚନା ମିଳିନାହିଁ। ଏହା ଏକ ଦୁର୍ଘଟଣା ଥିଲା ଏବଂ ସେମାନେ ନିଜେ ଆହତ ଯବାନମାନଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇଥିଲେ ବୋଲି ସେ କହିଛନ୍ତି ।

ପୋଲିସର ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ୭ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଅନ୍ୟ ୫ ଜଣ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *