Mishoo amazon 1068x601

ବକେୟା ପ୍ରାପ୍ୟକୁ ନେଇ ମୁହାଁମୁହିଁ ହେଲେ ମିଶୋ-ଆମାଜନ

Spread the love

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ମିଶୋ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। କ୍ଲାଉଡ ସର୍ଭିସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମିଶୋ ଏବଂ ଆମାଜନ। କ୍ଲାଉଡ ସର୍ଭିସ ଦେୟ ପଇଠ ନ କରିବାରୁ ମିଶୋ ବିରୋଧରେ ଆଇନଗତ ପଦକ୍ଷେପ ନେଇଛି ଆମାଜନ ଓ୍ବେବସର୍ଭିସେସ। ମିଶୋ ପକ୍ଷରୁ ଆମାଜନକୁ ୧୨୭ କୋଟି ଟଙ୍କାର ବକେୟା ପ୍ରାପ୍ୟ ଦିଆଯାଉ ନ ଥିବାରୁ ଆମାଜନ ଓ୍ବେବସର୍ଭିସେସ ମିଶୋକୁ କାଠଗଡ଼ାକୁ ଟାଣିଛି।

ମିଶୋ ପକ୍ଷରୁ ଆମାଜନକୁ ୧୨୭ କୋଟି ୪୫ ଲକ୍ଷ ଟଙ୍କାର ବକେୟା ପ୍ରଦାନ ପାଇଁ ଦାବି କରାଯାଇଛି। ଯେଉଁଥିରେ ଖର୍ଚ୍ଚ ପ୍ରତିବଦ୍ଧତାର କମ୍‌ ରାଶି ପଇଠ, ଦୀର୍ଘକାଳୀନ ସେବା ଶୁଳ୍କ, ପଇଠ ଉପରେ ସୁଧ ଏବଂ ମଧ୍ୟସ୍ଥତା ବାବଦ ଖର୍ଚ୍ଚ ସାମିଲ ରହିଛି। ଅନ୍ୟପ​‌ଟେ ଇ-କମର୍ସ କମ୍ପାନୀ ମିଶୋ ମଧ୍ୟ ଆମାଜନ ବିରୋଧରେ ଅଭିଯୋଗ ଅଣାଯାଇ ଆଇନଗତ ପଦକ୍ଷେପ ନିଆଯାଇଛି। ଆମାଜନ ଓ୍ବେବସର୍ଭିସେସ ତରଫରୁ ଦିଆଯାଉଥିବା ସେବା ନିମ୍ନମାନର ବୋଲି ମିଶୋ ଅଭିଯୋଗ କରିଛି। ଏହାର ପ୍ରତିବଦଳରେ ମିଶୋ ଆମାଜନଠାରୁ ୮୬ କୋଟି ୪୯ ଲକ୍ଷ ଟଙ୍କା ଦାବି କରାଯାଇଛି।

ତେବେ ମିଶୋ ତରଫରୁ ଆମାଜନଠାରୁ କ୍ଷତିପୂରଣ ଦାବି କରାଯିବା ପରେ ଆମାଜନ ଓ୍ବେବସର୍ଭିସେସ ଗତ ମାର୍ଚ୍ଚରେ ନିଜର ଜବାବ ଦାଖଲ କରିଛି। ଏହି ମାମଲା ଏବେ ମଧ୍ୟସ୍ଥତା ନ୍ୟାୟାଧିକରଣ ନିକଟରେ ବିଚାରାଧୀନ ରହିଛି। ଏହି ବିବାଦ ମିଶୋର ନିଜସ୍ଵ ବିଶାଳ ଇ-କମର୍ସ ଇକୋସିଷ୍ଟମକୁ ଚଳାଇବା ଲାଗି କ୍ଲାଉଡ ଭିତ୍ତିଭୂମି ଉପରେ ଗୁରୁତ୍ଵ ଦେବାର ସମୟ ଆସିଛି। ମିଶୋ ନିଜର ଆଗାମୀ ୪୨୫୦ କୋଟିର ଆଇପିଓ ମଧ୍ୟରୁ ୧୩୯୦ କୋଟି ଟଙ୍କା ନିଜର ପ୍ରଯୁକ୍ତିବିଦ୍ୟା ଏବଂ କ୍ଲାଉଡ ସର୍ଭିସକୁ ମଜଭୁତ କରିବା ଦିଗରେ ଖର୍ଚ୍ଚ କରିବାକୁ ଯୋଜନା ରଖିଛି।

Leave a Reply

Your email address will not be published. Required fields are marked *