Vigilance 1068x601

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ୨ ପୌର ଅଧିକାରୀ

Spread the love

ଜଳେଶ୍ଵର: ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜଳେଶ୍ଵର ପୌର ପରିଷଦର ଦୁଇ ଜଣ ଅଧିକାରୀ। ସେମାନେ ହେଲେ ସହକାରୀ ପରିମଳ ତଥା ଏମଆଇଏସ ସଂଯୋଜକ ବ୍ରଜ ଗୋପାଳ ଘୋଷ ଏବଂ ପରିମଳ ବିଶେଷଜ୍ଞ ରତିକାନ୍ତ ପାତ୍ର। ବକେୟା ବିଲ୍‌ କ୍ଲିୟର କରିବା ଲାଗି ଜଣେ ଠିକାଦାରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶୁକ୍ରବାର ଭିଜିଲାନ୍ସ ଅଧିକାରୀମାନେ ପୂର୍ବ ଯୋଜନା ମୁତାବକ ସେମାନଙ୍କୁ ଧରିଛନ୍ତି। ସେମାନଙ୍କଠାରୁ ଲାଞ୍ଚ ଅର୍ଥ ଜବତ ହୋଇଛି।

ଏହା ପରେ ଭିଜିଲାନ୍ସ ପକ୍ଷରୁ ଉଭୟ ବ୍ରଜଗୋପାଳ ଏବଂ ରତିକାନ୍ତଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଏ ନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗରେ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *