Ragging 1068x601

ବିଶ୍ଵବିଦ୍ୟାଳୟରେ ରାଗିଂ, ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା

Spread the love

ଉତ୍ତରପ୍ରଦେଶ: ବିଶ୍ଵବିଦ୍ୟାଳୟରେ ରାଗିଂ। ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା ମାରିଲେ ସହପାଠୀ। ଉତ୍ତରପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଚିନହାଟ ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ଵବିଦ୍ୟାଳୟରେ ଏହି ଘଟଣା ଘଟିଛି। କ୍ୟାମ୍ପସ ଭିତରେ ଏକ ଛାତ୍ର ଗୋଷ୍ଠୀ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ ଏବଂ ଧମକ ଦେଇଛନ୍ତି। ଗତ ୨୬ ତାରିଖରେ ଘଟିଥିବା ଏହି ଘଟଣା ସମ୍ପର୍କରେ ପୀଡ଼ିତ ଛାତ୍ରଙ୍କ ବାପା ମୁକେଶ କୁମାର କେଶରଓ୍ବାନୀ ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ଅନୁସାରେ କେଶରଓ୍ବାନୀଙ୍କ ପୁଅ ଶିଖର ତାଙ୍କର ଅନ୍ୟ ଜଣେ ସହପାଠୀ ସୌମ୍ୟ ସିଂହ ଯାଦବଙ୍କ ସହିତ କାରରେ ବିଶ୍ଵବିଦ୍ୟାଳୟକୁ କ୍ଲାସ କରିବାକୁ ଯାଇଥିଲେ। ସେମାନେ କ୍ୟାମ୍ପସ ଭିତରେ ଗାଡ଼ି ପାର୍କ କରିବା ସମୟରେ କେତେଜଣ ଛାତ୍ରଛାତ୍ରୀ ସୌମ୍ୟଙ୍କ କାର ଭିତରେ ଜୋର ଜବରଦସ୍ତି ପଶିଥିଲେ। ସୌମ୍ୟ ଏବଂ ଶିଖର ​ବିରୋଧ କରିବାରୁ ସେମାନେ ଉଭୟଙ୍କୁ ମାଡ଼ ମାରିଥିଲେ। ଶିଖରଙ୍କୁ ସେମାନେ ୫୦ରୁ ୬୦ ଚାପୁଡ଼ା ମାରିଥିଲେ। ଏଥିରେ ଶିଖର ଗୁରୁତର ଆହତ ହୋଇଥିଲେ। ମାଡ଼ ମାରିବା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

Leave a Reply

Your email address will not be published. Required fields are marked *