Screenshot 2025 09 04 140257 750x423

ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଭୁବନେଶ୍ବରରେ ଆସାମ ପୋଲିସର ରେଡ୍‌

Spread the love

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆସାମ ପୋଲିସ ଗୁରୁବାର ରେଡ୍‌ କରିଛି। ତେବେ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତ୍ମଗୋପନ କରିଥିବା ସୂଚନା ପରେ ଏହି ଚଢ଼ାଉ ଜାରି ରହିଛି। କମିଶନରେଟ ପୋଲିସ ସହାୟତାରେ ଆସାମ ପୋଲିସ ରେଡ୍‌ କରୁଛି।

ଇନ୍‌ଫୋସିଟି ପୋଲିସ ସହାୟତାରେ ଏକ ଆପାର୍ଟମେଣ୍ଟରେ ରେଡ୍‌ ଚାଲିଥିବାବେଳେ ଆତ୍ମଗୋପନ କରିଥିବା ମୋଷ୍ଟ ୱାଣ୍ଟେଡ୍‌ କିଏ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ କୁହାଯାଉଛି ଏକ ଠକେଇ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆସାମ ପୋଲିସ ଭୁବନେଶ୍ୱରକୁ ଆସିଛି ମୋଷ୍ଟ ୱାଣ୍ଟେଡକୁ ଧରିବା ପାଇଁ।

ବର୍ତ୍ତମାନ ଉକ୍ତ ଫ୍ଲାଟକୁ ସମ୍ପୂର୍ଣ୍ଣ ଛାନବିନ କରାଯାଉଛି। କଣ ମାମଲା ରହିଛି ତାହା କୋର୍ଟ ଚାଲାଣ ପରେ ସମ୍ପୁର୍ଣ୍ଣ ଭାବେ ଜଣାପଡିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ମଧ୍ୟ ଏହି ବ୍ୟକ୍ତି କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଥିଲା।

 

Leave a Reply

Your email address will not be published. Required fields are marked *