Wer

ଦ୍ଵିତୀୟ ବିବାହ ପାଇଁ ବାପା ପୁଅକୁ ହତ୍ୟା କରିବା ଘଟଣା, ବାପା ସମେତ ୫ ଗିରଫ

Spread the love

ଯାଜପୁର : ଦ୍ଵିତୀୟ ବିବାହ ପାଇଁ ଜନ୍ମ କଲା ବାପା ପୁଅକୁ ହତ୍ୟା କରିବା ଘଟଣା, ବାପା ସମେତ ୫ଜଣ ଗିରଫ ।  ବାପା ସମେତ ପରିବାରର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ଜିଲ୍ଲା ଜେନାପୁର ପୋଲିସ। ୨ଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନ ଭିତରୁ ବାଳକର ମୃତଦେହ ଉଦ୍ଧାର ହୋଇଥିଲା।

ମୃତ ନାବାଳକର ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଜେନାପୁର ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ପାରିବାରିକ ବିବାଦ ଯୋଗୁ ଗାଁର ବାଉରୀବନ୍ଧୁ ରାଉତ ନିଜ ୫ବର୍ଷର ପୁଅକୁ ଅପହରଣ ସହ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ପରେ ପୁଲିସ ବାଉରୀବନ୍ଧୁ ଓ ତାର ପରିବାରର ୪ଜଣ ସଦସ୍ୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲା । ଆଜି ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *