Tunnel

ତେଲଙ୍ଗାନାରେ ଟନେଲ ଭୁଶୁଡ଼ିବା ଘଟଣା: ଫସି ରହିଥିବା ଶ୍ରମିକଙ୍କ ପାଖକୁ ପହଞ୍ଚିଛନ୍ତି ଉଦ୍ଧାରକାରୀ ଦଳ

Spread the love

ହାଇଦ୍ରାବାଦ: ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ଶନିବାର ଏକ ନିର୍ମାଣାଧୀନ ଟନେଲ (ସୁଡ଼ଙ୍ଗ) ଭୁଶୁଡି ପଡ଼ିବାରୁ ୮ ଜଣ ଶ୍ରମିକ ଫସି ରହିଛନ୍ତି। ଲିକ୍‌ ମରାମତି କରିବାକୁ କିଛି ଶ୍ରମିକ ଟନେଲ ଭିତରକୁ ଯାଇଥିବାବେଳେ ହଠାତ୍‌ ଶ୍ରୀସାଇଲମ ଲେଫ୍ଟ ବ୍ୟାଙ୍କ କେନାଲର ଏକ ଅଂଶ ଭୁଶୁଡି ପଡ଼ିଥିଲା ଏବଂ କେତେକ ଶ୍ରମିକ ବାହାରକୁ ବାହାରିବାରେ ସଫଳ ହୋଇଥିବାବେଳେ ୮ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି।  ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଇଞ୍ଜିନିୟର ଏବଂ ଶ୍ରମିକଙ୍କ ପାଖକୁ ପହଞ୍ଚିଛନ୍ତି, ସେମାନଙ୍କୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

ରବିବାର ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏଥିରେ ଏନଡିଆରଏଫ, ଏସଡିଆରଏଫ, ସେନା କର୍ମଚାରୀ ଏବଂ କମ୍ପାନୀର କର୍ମଚାରୀ ସାମିଲ ହୋଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ  ରେବନ୍ତ ରେଡ୍ଡି ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛନ୍ତି ଏବଂ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦେଶ ମୁତାବକ ଜିଲାପାଳ, ଏସ୍‌ପି, ଦମକଳ ବାହିନୀ ଓ ଅନ୍ୟ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ସୁଡଙ୍ଗ ଭୁଶଡିବା ଫଳରେ କେତେକ ଶ୍ରମିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ର କୋଇଲା ମନ୍ତ୍ରୀ ଜି.କିଷାନ ରେଡ୍ଡି ଏହି ପ୍ରସଙ୍ଗ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

ଏଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ନାଗରକୁର୍ଣ୍ଣୁଲ୍ ଜିଲାରେ ଦୁର୍ଘଟଣା ସ୍ଥଳରେ ଥିବା ଦଳ ଫସି ରହିଥିବା ଲୋକଙ୍କ ନାମ ଡାକିଥିଲେ, କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଶନିବାର ଉଦ୍ଧାରକାରୀ ଦଳ ଦୁର୍ଘଟଣା ଘଟିଥିବା ସ୍ଥାନରୁ ଅଳ୍ପ ଦୂରରେ ତଥା ସୁଡ଼ଙ୍ଗ ଭିତରେ ୧୩ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ।

ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟ ମନ୍ତ୍ରୀ ଏନ ଉତ୍ତମ କୁମାର ରେଡ୍ଡୀ ଏବଂ ଜେ କୃଷ୍ଣ ରାଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି। “ଉଦ୍ଧାରକାରୀମାନଙ୍କୁ ଲୁହା, ମାଟି ଏବଂ ସିମେଣ୍ଟ ବ୍ଲକରେ ଭର୍ତ୍ତି ହୋଇଥିବା ଭଗ୍ନାବଶେଷ ସଫା କରିବାକୁ ପଡିବ। ଉଦ୍ଧାରକାରୀଦଳଗୁଡ଼ିକ ୧୩ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରିଛନ୍ତି ଯେଉଁଠାରେ ଟନେଲଟି ଭୁଶୁଡ଼ି ପଡ଼ିଥିଲା। ସେମାନେ ଶନିବାର ଦିନ ଟନେଲ୍ ବୋରିଂ ମେସିନ୍ ଶେଷ ଥର ପାଇଁ ଯେଉଁ ସ୍ଥାନରେ ରଖାଯାଇଥିଲା ସେହି ସ୍ଥାନର ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ଆମେ ପରିସ୍ଥିତିର ମୂଲ୍ୟାଙ୍କନ କରୁଛୁ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ରବିବାର କହିଛନ୍ତି।

Leave a Reply

Your email address will not be published. Required fields are marked *