Ee

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ୨ ଭାଇ ଗିରଫ

Spread the love

ନୂଆପଡା: ଭିଜିଲାନ୍ସ ଜାଲରେ ୨ ଭାଇ । ନୂଆପଡ଼ା ଜିଲା ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇ ଉତ୍ତମ ବରାଳଙ୍କୁ ଧରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ କରିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଉଭୟ ଭାଇଙ୍କ ବିରୋଧରେ ୭ ଲକ୍ଷ ୨୦ ହଜାର ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ହାଇମାଷ୍ଟ ଲାଇଟ ଲଗାଇବା, ରାସ୍ତା ଲାଇଟ୍ ମରାମତି କରିବା, ପାର୍କ ମାନଙ୍କରେ ଜିମ୍ ସାମଗ୍ରୀ ଲଗାଇବା ପରି ଅନେକ କାମରେ ଉଭୟେ ସରକାରୀ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ । ଅଭିଯୋଗ ପରେ ୨୦୨୪-୨୫ରେ ୭ ଲକ୍ଷ ୨୦ ହଜାର ଟଙ୍କା ଦୁହେଁ ଭାଇ ହଡ଼ପ କରିଥିବା ନେଇ ଜଣାପଡିଥିଲା। ସେଥିରୁ ୪ ଲକ୍ଷ ୨ ହଜାର ଟଙ୍କା ଜଣଙ୍କ ଆକଇଉଣ୍ଟରେ ଥିବା ବେଳେ ବାକି ୩ଲକ୍ଷ ୯୮୧ ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟରେ ଥିବା ନେଇ ଜଣାପଡିଥିଲା । ଏହାପରେ ଉଭୟଙ୍କୁ ଦୁର୍ନୀତି ନିବାରଣ ବିଭାଗ ବା ଭିଜିଲାନ୍ସ ଟିମ ଗିରଫ କରିଛି।

Leave a Reply

Your email address will not be published. Required fields are marked *